କନକ ବ୍ୟୁରୋ : ବିଜୁଳି ଦର ବୃଦ୍ଧି ବିରୋଧରେ ବିଜେପି ପକ୍ଷରୁ ପ୍ରତିବାଦ । ଓଇଆରସି କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ଜିଲ୍ଲା ବିଜେପି କର୍ମୀ । ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଶୈଳଶ୍ରୀ ବିହାର ସ୍ଥିତ କାର୍ଯ୍ୟାଳୟ ଆଗରେ ପହଂଚି ବିରୋଧ ପ୍ରଦର୍ଶନ କରିଥିଲେ । ବ୍ୟାନର ପୋଷ୍ଟର ଧରି, ନାରାବାଜି କରି ଶୁଳ୍କ ବୃଦ୍ଧିକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । କରୋନା ସମୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ନକରିବାକୁ ଦାବି କରାଯାଇଛି ।
ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପିର ବିରୋଧ ପ୍ରଦର୍ଶନ : ଓଇଆରସି କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି କର୍ମୀ
/kanak/media/post_attachments/wp-content/uploads/2021/03/33-12.jpg)