କନକ ବ୍ୟୁରୋ: ଭୁବନେଶ୍ୱର ପାଇକନଗରରେ ଭୁଶୁଡ଼ିଲା ବିସ୍କୁଟ ଫ୍ୟାକ୍ଟ୍ରର କାନ୍ଥ ।ସୂଚନା ମୁତାବକ ଫ୍ୟାକ୍ଟ୍ରର କାନ୍ଥ ଭୁଶୁଡି ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ବରମୁଣ୍ଡା ପାଇକନଗରରେ ଥିବା ଏକ ବିସ୍କୁଟ ଫ୍ୟାକ୍ଟ୍ରିରେ ଏଭଳି ଘଟଣା ଘଟିଛି ବୋଲି ସୂଚନା ମିଳିଛି । ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅଗ୍ନିଶମ ବିଭାଗ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି । ସେହିପରି ଆଉ କିଛି ଲୋକ ମଧ୍ୟ କାନ୍ଥ ତଳେ ଥିବା ନେଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗକୁ ଜଣାଥିଲେ ସ୍ଥାନୀୟ ଲୋକେ । ଖବର ମିଳିବା ପରେ ଉଭୟ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଚଳାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/WhatsApp-Image-2018-11-02-at-1.41.09-PM-1.jpeg)