ଭୁବନେଶ୍ୱର ବିନ୍ଦୁସାଗରରେ ଏବର୍ଷ ପୟା ଶ୍ରାଦ୍ଧ ବନ୍ଦ । ଲୋକ ଗହଳିକୁ ଦୃଷ୍ଟିରେ ରଖି କଟକଣା ଜାରି କଲା ବିଏମସି

187

କନକ ବ୍ୟୁରୋ : ଭୁବନେଶ୍ୱର ବିନ୍ଦୁସାଗରରେ ଏବର୍ଷ ପୟା ଶ୍ରାଦ୍ଧ ବନ୍ଦ । ଲିଙ୍ଗରାଜଙ୍କ ସିଂହଦ୍ୱାର ଓ ବିନ୍ଦୁ ସାଗର କୂଳରେ ପିଣ୍ଡଦାନ, ପୟାଶ୍ରାଦ୍ଧ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଲୋକ ଗହଳିକୁ ନଜରରେ ରଖି କଟକଣା ଜାରି କରିଛି ବିଏମସି । ଲୋକ ଗହଳି ଯୋଗୁଁ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନେଇଛି ବିଏମସି ।

ହଜାର ହଜାର ସଂଖ୍ୟାରେ ଲୋକେ ଲିଙ୍ଗରାଜ ମନ୍ଦିରର ବାଇଶି ପାହାଚରେ ଓ ବିନ୍ଦୁସାଗରରେ କୂଳରେ ପିଣ୍ଡଦାନ ଶ୍ରାଦ୍ଧ ଦେବା ସହ କାଉଁରିଆ ଜାଳି ବଡବଡୁଆ ଡାକିଥାନ୍ତି । ଏଠାରେ ପିଣ୍ଡଦାନ କରି କାଉଁରିଆ ଜାଳି ବଡବଡୁଆଙ୍କୁ ଡାକିଲେ, ଧରାପୃଷ୍ଠକୁ ଆସିଥିବା ପିତୃପୁରୁଷ ଶାନ୍ତିଯେର ପୁଣି ସ୍ୱର୍ଗକୁ ଯାଇଥାନ୍ତି ବୋଲି ବିଶ୍ୱାସ ରହିଛି ।