କନକ ବ୍ୟୁରୋ: ଭୁବନେଶ୍ୱର ଭୁଆଶୁଣୀ ଡମ୍ପିଂୟାର୍ଡର ପୁଣି ଅଶାନ୍ତି । ବିଏମସି ପ୍ରତିଶ୍ରୁତିରେ ଖିଲାପ କରି ରାତିଅଧିଆ ଅଳିଆ ପକାଇବା ଅଭିଯୋଗରେ ରାସ୍ତାକୁ ଓହ୍ଲାଇଲେ ସ୍ଥାନୀୟ ବାସିନ୍ଦା । ଅଳିଆ ପକାଇଥିବା ଅଭିଯୋଗ କରି ବାରଙ୍ଗ ପିତାପଲ୍ଲୀ ରାସ୍ତାର ଦାରଠେଙ୍ଗ ଭୁଆଶୁଣୀ ଡମ୍ପିଂୟାର୍ଡ ଛକରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ରାସ୍ତାରୋକ ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ପୂର୍ବରୁ ମେ ମାସ ସୁଦ୍ଧା ବାୟୋ ମାଇନିଂ ପ୍ରକଳ୍ପ କାର୍ଯ୍ୟ କରି ଆବର୍ଜନା ପକାଇବାକୁ ନିଷ୍ପତି ହୋଇଥିଲା । ଏହି ବୈଠକରେ ମନ୍ତ୍ରୀ , ବିଧାୟକ, ସଚିବ, ବିଏମସି କର୍ତ୍ତୃପକ୍ଷଙ୍କ ସହ ଦାରୁଠେଙ୍ଗବାସୀ ଉପସ୍ଥିତ ଥିଲେ । ହେଲେ ଏଥିରେ ଖିଲାପ କରି ବିଏମସି ଆବର୍ଜନା ପକାଇଥିବା ଅଭିଯୋଗ ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us