କନକ ବ୍ୟୁରୋ: ଭୁବନେଶ୍ୱର ଭୁଆଶୁଣୀ ଡମ୍ପିଂୟାର୍ଡର ପୁଣି ଅଶାନ୍ତି । ବିଏମସି ପ୍ରତିଶ୍ରୁତିରେ ଖିଲାପ କରି ରାତିଅଧିଆ ଅଳିଆ ପକାଇବା ଅଭିଯୋଗରେ ରାସ୍ତାକୁ ଓହ୍ଲାଇଲେ ସ୍ଥାନୀୟ ବାସିନ୍ଦା । ଅଳିଆ ପକାଇଥିବା ଅଭିଯୋଗ କରି ବାରଙ୍ଗ ପିତାପଲ୍ଲୀ ରାସ୍ତାର ଦାରଠେଙ୍ଗ ଭୁଆଶୁଣୀ ଡମ୍ପିଂୟାର୍ଡ ଛକରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ରାସ୍ତାରୋକ ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ପୂର୍ବରୁ ମେ ମାସ ସୁଦ୍ଧା ବାୟୋ ମାଇନିଂ ପ୍ରକଳ୍ପ କାର୍ଯ୍ୟ କରି ଆବର୍ଜନା ପକାଇବାକୁ ନିଷ୍ପତି ହୋଇଥିଲା । ଏହି ବୈଠକରେ ମନ୍ତ୍ରୀ , ବିଧାୟକ, ସଚିବ, ବିଏମସି କର୍ତ୍ତୃପକ୍ଷଙ୍କ ସହ ଦାରୁଠେଙ୍ଗବାସୀ ଉପସ୍ଥିତ ଥିଲେ । ହେଲେ ଏଥିରେ ଖିଲାପ କରି ବିଏମସି ଆବର୍ଜନା ପକାଇଥିବା ଅଭିଯୋଗ ହୋଇଛି ।
ଭୁବନେଶ୍ୱର ଭୁଆଶୁଣୀ ଡମ୍ପିଂୟାର୍ଡରେ ପୁଣି ଅଶାନ୍ତି। ବିଏମସି ପ୍ରତିଶ୍ରୁତିରେ ଖିଲାପ କରି ରାତି ଅଧିଆ ଅଳିଆ ପକାଇବା ଅଭିଯୋଗ।
/kanak/media/post_attachments/wp-content/uploads/2023/01/8-20.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)