କନକ ବ୍ୟୁରୋ : ଭୁବନେଶ୍ୱରରେ ହେଲା ଶତ ପ୍ରତିଶତ ଟିକାକରଣ । ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୁରଣ ହୋଇଥିବା କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ । ବିଭିନ୍ନ ବର୍ଗରେ ମୋଟ ୯ ଲକ୍ଷ ୭ ହଜାର ଲୋକଙ୍କୁ ଦୁଇଟି ଡୋଜ ହିସାବରେ ୧୮ ଲକ୍ଷ ୧୪ ହଜାର ଡୋଜ ଦେବାକୁ ରହିଥିଲା ଲକ୍ଷ୍ୟ ।
ଗତକାଲି ସୁଦ୍ଧା ୧୮ ଲକ୍ଷ ୩୫ ହଜାର ୯୦୩ ଡୋଜ ଟିକା ଦିଆଯାଇଛି । ସେଥିମଧ୍ୟରୁ ୧୦ ଲକ୍ଷ ୫୯ ହଜାର ୭୫୩ ଜଣ ପ୍ରଥମ ଡୋଜ ନେଇସାରିଛନ୍ତି । ୭ଲକ୍ଷ ୭୬ ହଜାର ୧୫୦ ଜଣ ଉଭୟ ଡୋଜ ଟିକା ନେଇ ସାରିଛନ୍ତି ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/20-29.jpg)