ଭୁବନେଶ୍ୱର ବାର ସଂଘର ସାମ୍ବାଦିକ ସମ୍ମିଳନୀ: ଡିସେମ୍ବର ମାସରୁ ରାତି ୧୨ଟା ଯାଏଁ ବାର ଖୋଲିବାକୁ ଅନୁମତି ଦାବି

95

କନକ ବ୍ୟୁରୋ: ଡାନ୍ସ ବାରରେ ରେଡ ପରେ ଭୁବନେଶ୍ୱର ବାର ସଂଘ ସାମ୍ବାଦିକ ସମ୍ମିଳନୀ କରି ଦାବି ଉପସ୍ଥାପନ କରିଛନ୍ତି । ସଂଘ ପକ୍ଷରୁ ରଖାଯାଇଥିବା ବିଭିନ୍ନ ଦାବି ମଧ୍ୟରେ ଡିସେମ୍ବର ମାସରୁ ରାତି ୧୨ଟା ଯାଏଁ ବାର ଖୋଲିବାକୁ ଅନୁମତି ଦେବାକୁ ଦାବି କରିଛି ସଂଘ । ସେହିପରି ଚଳିତ ବର୍ଷ ବାର ଲାଇସେନ୍ସ ଫି ଛାଡ କରିବା, ବାରରେ କାମ କରିବାକୁ ମହିଳାଙ୍କୁ ଅନୁମତି ଦେବା ଏବଂ ଅବାଧ କୋଠରୀ ଭିତରେ ସାଉଣ୍ଡ ସିଷ୍ଟମ ବାଜିବା ପାଇଁ କୌଣସି ଅନୁମତି ଆବଶ୍ୟକତା ନଥିବା ନଏଜ ପଲ୍ୟୁସନ ରୁଲ ୨୦୦୦ରେ ଉଲ୍ଲେଖ କରାଯାଇଛି, ତେବେ ଏହାକୁ ଓଡ଼ିଶାରେ ଲାଗୁ କରିବାକୁ ଦାବି କରିଛି ଭୁବନେଶ୍ୱର ବାର ସଂଘ ।