କନକ ବ୍ୟୁରୋ: ଦାମୀ ମୋବାଇଲ କଣିଲେ, ହେଲେ ଟଙ୍କା ଦେଲେନି ଯୁବତୀ । ଲକ୍ଷେ ୪୦ ହଜାର ଟଙ୍କାର ଦାମୀ ମୋବାଇଲ୍ କିଣି ଫେରାର ହୋଇଗଲେ ଯୁବତୀ । ତେବେ ସିସିଟିଭି ଫୁଟେଜ ଆଧାରରେ ଯୁବତୀଙ୍କ ପାଖରେ ପହଞ୍ଚିଛି ପୁଲିସ । ସଂପୃକ୍ତ ଯୁବତୀଙ୍କୁ ଏବେ ସହିଦ ନଗର ଥାନାରେ ରଖି ପଚରାଉଚରା କରାଯାଉଛି । ସୂଚନା ଅନୁସାରେ ଗତକାଲି ବାପୁଜୀ ନଗରର ଏକ ଦୋକାନରୁ ଯୁବତୀ ଜଣଙ୍କ ୧ ଲକ୍ଷ ୪୦ ହଜାର ଟଙ୍କାର ଏକ ଦାମୀ ମୋବାଇଲ୍ ଫୋନ କିଣି ଥିଲେ । ବିଲ୍ ଦେବା ବେଳେ ତାଙ୍କ ଏଟିଏମ ଖରାପ ହୋଇ ଯାଇଛି କହିଥିଲେ, ବାପାଙ୍କ ଏଟିଏମ୍ରୁ ଟଙ୍କା ଦେବାକୁ କହି ଦୋକାନ ପିଲାକୁ ନେଇ ଘରକୁ ଯାଇଥିଲେ । ବାଟରେ ପେଟ୍ରୋଲ ପମ୍ପରୁ ତେଲ ପକାଇବାକୁ ଯାଉଛି କହି, କୁଆଡେ ଫେରାର ହୋଇ ଯାଇଥିଲେ । ପରେ ସଂପୃକ୍ତ ଦୋକାନ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ସିସିଟିଭି ଫୁଟେଜ ଆଧାରରେ ସଂପୃକ୍ତ ଯୁବତୀଙ୍କ ପାଖରେ ପୁଲିସ ପହଂଚିଛି ଏବଂ ତାଙ୍କୁ ଥାନାରେ ରଖାଯାଇଛି ।
୧ ଲକ୍ଷ ୪୦ ହଜାର ଟଙ୍କାର ମୋବାଇଲ୍ କିଣି ଫେରାର ହୋଇଗଲେ ଯୁବତୀ । ସିସିଟିଭି ଫୁଟେଜ ଦେଖି ବାନ୍ଧିଲା ପୁଲିସ ।
/kanak/media/post_attachments/wp-content/uploads/2021/07/mobile.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)