ନଭେମ୍ବର ୨୭ରୁ ଡିସେମ୍ବର ୫ ଯାଏଁ ଭୁବନେଶ୍ୱର ବାଲିଯାତ୍ରା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଶେଷ ।

239

କନକ ବ୍ୟୁରୋ: ନଭେମ୍ବର ୨୭ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଚାଲିବ ଭୁବନେଶ୍ୱର ବାଲିଯାତ୍ରା । ଐତିହାସିକ ପଟିଆବନ୍ଧ କଡ଼ କୁଆଖାଇ ନଦୀପଠାରେ ହେବାକୁ ଥିବା ଏହି ବାଲିଯାତ୍ରା ପାଇଁ ଗୁରୁବାର ଭୁବନେଶ୍ୱର ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ପ୍ରସ୍ତୁତି ବୈଠକ ।

ଚଳିତଥର ପ୍ରାୟ ୯୦୦ ଷ୍ଟଲ୍ ହେବବୋଲି ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ସର୍କିଟ ହାଉସରେ ବସିଥିବା ବୈଠକରେ ବାଲିଯାତ୍ରାକୁ ସୁରୁଖୁରୁରେ ପରିଚାଳନା ଓ ଟ୍ରାଫିକ୍ ସମସ୍ୟାର ସମାଧାନ ଉପରେ ଅଧିକ ଧ୍ୟାନ ଦିଆଯାଇଛି । ହାଇଟେକ୍ ଛକ ତଥା ଜାତୀୟ ରାଜପଥ-୧୬ରୁ ବାଲିଯାତ୍ରା ପଡ଼ିଆକୁ ଯାଉଥିବା ଲୋକେ ରାତିରେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ହୋଇଛି । ସୁପରିଚାଳନା ପାଇଁ କମିଟିର ୪୦୦ ସ୍ୱେଚ୍ଛାସେବୀଙ୍କ ସହ ପୁଲିସ ମିତ୍ର, ରିଜର୍ଭ ପୁଲିସ, କମିସନରେଟ୍ ପୁଲିସର କର୍ମଚାରୀ ସାମିଲ ହେବେ । ସମ୍ପୂର୍ଣ୍ଣ ପଡ଼ିଆରେ ପ୍ରାୟ ଶହେ ସିସିଟିଭି କ୍ୟାମେରା ଲାଗିବ ।