ବାତିଲ ହେଲା ଭୁବନେଶ୍ୱର ବାଲିଯାତ୍ରା । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଲା ପ୍ରଶାସନ

208

କନକ ବ୍ୟୁରୋ : ବାତିଲ ହେଲା ଭୁବନେଶ୍ୱର ବାଲିଯାତ୍ରା । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ବାଲିଯାତ୍ରା ବାତିଲ କରାଯାଇଥିବା କମିସନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ସ୍ଥିତିରେ ଉନ୍ନତି ଆସିଲେ ଆସନ୍ତାବର୍ଷ ଏହି ଉତ୍ସବକୁ ପୂର୍ବପରି ପାଳନ କରାଯିବ ବୋଲି କୁହଯାଇଛି ।

ମହାମାରୀ କରୋନା ପାଇଁ କଟକ ବାଲିଯାତ୍ରାକୁ ମଧ୍ୟ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । କଟକ ବାଲିଯାତ୍ରାରେ ପ୍ରବଳ ଜନଗହଳି ହୋଇଥାଏ । ପ୍ରତିବର୍ଷ ବ୍ୟବସାୟୀଙ୍କ କାରବାର ମଧ୍ୟ ଭଲ ହୋଇଥାଏ । ଏଥର କରୋନା ଯୋଗୁଁ ବ୍ୟବସାୟୀମାନେ କ୍ଷତିରେ ରହିବେ ।