ଧ୍ୟାନ ଦିଅନ୍ତୁ ରେଳ ଯାତ୍ରୀ ! ଭୁବନେଶ୍ୱର-ବଲାଙ୍ଗୀର ଓ ଭୁବନେଶ୍ୱର-କୋରାପୁଟ ସ୍ୱତନ୍ତ୍ର ଟ୍ରେନ ସେବା ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି

394

କନକ ବ୍ୟୁରୋ :  ଭୁବନେଶ୍ୱର-ବଲାଙ୍ଗୀର ଓ ଭୁବନେଶ୍ୱର-କୋରାପୁଟ ସ୍ୱତନ୍ତ୍ର ଟ୍ରେନ୍‌ ସେବାକୁ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୯୩/୦୮୪୯୪) ଅଗଷ୍ଟ ପହିଲାଠାରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ଦିନଗୁଡ଼ିକରେ ଭୁବନେଶ୍ୱରଠାରୁ ସକାଳ ୬ଟା ୩୦ରେ ଏବଂ ବଲାଙ୍ଗୀରଠାରୁ ଅପରାହ୍ନ ୨ଟା ୪୫ରେ ଛାଡ଼ିବ। ଏହି ଟ୍ରେନ୍‌ ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ମଞ୍ଚେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ମେରାମୁଣ୍ଡଳୀ, ତାଳଚେର ରୋଡ, ଅନୁଗୁଳ, ବୋଇଣ୍ଡା, ବାମୁର, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ଼, ବରପାଲି ଓ ଲୋଇସିଂହା ଷ୍ଟେସନରେ ରହଣି କରିବ। ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର(୦୮୪୪୭/୦୮୪୪୮) ଅଗଷ୍ଟ ପହିଲାରୁ ୧୨ ତାରିଖ ମଧ୍ୟରେ ଭୁବନେଶ୍ୱରଠାରୁ ପ୍ରତି ସୋମ, ବୁଧ ଓ ଶୁକ୍ରବାର ଦିନ ସନ୍ଧ୍ୟା ୬ଟା ୩୦ରେ ଛାଡିବାକୁ ଥିବା ବେଳେ କୋରାପୁଟରୁ ପ୍ରତି ମଙ୍ଗଳବାର,

ଗୁରୁବାର ଓ ରବିବାର ଦିନ ସନ୍ଧ୍ୟା ୫ଟା ୩୦ରେ କୋରାପୁଟଠାରୁ ଛାଡ଼ିବ। ଏହା ଭୁବନେଶ୍ୱର ଓ କୋରାପୁଟ ମଧ୍ୟରେ କଟକ, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ ରୋଡ, ବରପାଲି, ଡୁଙ୍ଗୁରିପାଲି, ଲୋଇସିଂହା, ବଲାଙ୍ଗୀର, ବଡମାଳ, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡା, ଥେରୁବାଲି, ରାୟଗଡା, ଟିକିରି, ଲକ୍ଷ୍ମୀପୁର, କାକିରିଗୁମା, ବାଇଗୁଡ଼ା ଓ ଦାମନଯୋଡି ଷ୍ଟେସନରେ ରହଣି କରିବ। ରେଳବାଇ ରିଜର୍ଭେସନ କାଉଣ୍ଟର ଓ ଆଇଆରସିଟିସି ୱେବସାଇଟ ମାଧ୍ୟମରେ ଟିକେଟ୍‌ ବୁକ କରିହେବ। ଅନ୍ୟ ସ୍ୱତନ୍ତ୍ର ଟ୍ରେନ ଯଥା ନୂଆଦିଲ୍ଲୀ-ଭୁବନେଶ୍ୱର, ଭୁବନେଶ୍ୱର-ମୁମ୍ବାଇ ଓ ଭୁବନେଶ୍ୱର-ହାଇଦ ସ୍ୱତନ୍ତ୍ର ଟ୍ରେନଗୁଡିକ ପୂର୍ବ ବିଜ୍ଞପ୍ତି ଅନୁଯାଇ ଚଳାଚଳ କରିବ।