ପୁଲିସ୍ ହାତରେ ଏଟିଏମ ଲୁଟେରା ! ଅଭିନବ ଉପାୟରେ ଲୁଟୁଥିଲେ ଲକ୍ଷାଧିକ ଟଙ୍କା

18

କନକ ବ୍ୟୁରୋ : ପୁଲିସକୁ ମିଳିଛି ବଡ ସଫଳତା । ହାତରେ ଲାଗିଛନ୍ତିି ଆନ୍ତରାଜ୍ୟ ଏଟିଏମ ଲୁଟେରା । ଆଜି ଏନେଇ ଡିଜିପି ଓ ସିପି ମିଳିତ ପ୍ରେସମିଟ୍ କରିଛନ୍ତି । ଲୁଟେରାମାନେ କିଭଳି ଚତୁରତାର ସହିତ ଏଟିଏମରୁ ଲୁଟ୍ କରୁଥିଲେ ସେନେଇ ସୂଚନା ଦେଇଛନ୍ତିି । ଟୁଇନ୍ ସିଟିରେ ଅଭିନବ ଉପାୟରେ ଏଟିଏମ ଲୁଟୁଛନ୍ତି ଏହି ଲୁଟେରା । ଏଟିଏମ ନଭାଙ୍ଗି କିଭଳି ଲକ୍ଷାଧିକ ଟଙ୍କା ଲୁଟ୍ କରୁଥିଲେ ତାହା ସୂଚନା ଦେଇଛନ୍ତି ।

ଲୁଟେରାମାନେ ଲୁଟ୍ କରିବା ସମୟରେ ମୋବାଇଲ ଫୋନ ବ୍ୟବହାର କରୁନଥିଲେ ବୋଲି କହିଛନ୍ତି ସିପି ।ଏହି ଗ୍ୟାଙ୍ଗର ଲିଡର ଅଜୟ ଚୌଧୁରୀ ଗିରଫ ହୋଇଛି । ଉତରାଖଣ୍ଡରୁ ଗିରଫ କରିଛି କମିଶନରେଟ୍ ପୁଲିସ୍ । ଅଜୟ ଚୌଧୁରୀଙ୍କ ଆକାଉଂଟରୁ ୮ଲକ୍ଷ ଟଙ୍କା ଠାବ କରିଛି ପୁଲିସ୍ ।