କନକ ବ୍ୟୁରୋ : ପୁଲିସକୁ ମିଳିଛି ବଡ ସଫଳତା । ହାତରେ ଲାଗିଛନ୍ତିି ଆନ୍ତରାଜ୍ୟ ଏଟିଏମ ଲୁଟେରା । ଆଜି ଏନେଇ ଡିଜିପି ଓ ସିପି ମିଳିତ ପ୍ରେସମିଟ୍ କରିଛନ୍ତି । ଲୁଟେରାମାନେ କିଭଳି ଚତୁରତାର ସହିତ ଏଟିଏମରୁ ଲୁଟ୍ କରୁଥିଲେ ସେନେଇ ସୂଚନା ଦେଇଛନ୍ତିି । ଟୁଇନ୍ ସିଟିରେ ଅଭିନବ ଉପାୟରେ ଏଟିଏମ ଲୁଟୁଛନ୍ତି ଏହି ଲୁଟେରା । ଏଟିଏମ ନଭାଙ୍ଗି କିଭଳି ଲକ୍ଷାଧିକ ଟଙ୍କା ଲୁଟ୍ କରୁଥିଲେ ତାହା ସୂଚନା ଦେଇଛନ୍ତି ।
ଲୁଟେରାମାନେ ଲୁଟ୍ କରିବା ସମୟରେ ମୋବାଇଲ ଫୋନ ବ୍ୟବହାର କରୁନଥିଲେ ବୋଲି କହିଛନ୍ତି ସିପି ।ଏହି ଗ୍ୟାଙ୍ଗର ଲିଡର ଅଜୟ ଚୌଧୁରୀ ଗିରଫ ହୋଇଛି । ଉତରାଖଣ୍ଡରୁ ଗିରଫ କରିଛି କମିଶନରେଟ୍ ପୁଲିସ୍ । ଅଜୟ ଚୌଧୁରୀଙ୍କ ଆକାଉଂଟରୁ ୮ଲକ୍ଷ ଟଙ୍କା ଠାବ କରିଛି ପୁଲିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-26-17h02m01s171.png)