ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି : ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା; ଭୁବନେଶ୍ୱର ଓ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

Advertisment
ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି : ଦିନ ସାଢେ ୧୧ ସୁଦ୍ଧା ୪୦ ଡିଗ୍ରୀ ଉପରେ ୪ ସହର

କନକ ବ୍ୟୁରୋ : ଆଜି ବି ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି । ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱର ଓ ସମ୍ବଲପୁର ତାପମାତ୍ରା ୩୯ ଦଶମିକ ୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୩୮ ଦଶମିକ ୪ ଡିଗ୍ରୀ, ହୀରାକୁଦରେ ୩୭ ଦଶମିକ ୪ ଡିଗ୍ରୀ, ଚାନ୍ଦବାଲିରେ ୩୫ ଦଶମିକ ୬ ଡିଗ୍ରୀ, କେନ୍ଦୁଝରରେ ୩୫ ଡିଗ୍ରୀ, ବାଲେଶ୍ୱରରେ ୩୫ ଡିଗ୍ରୀ, ପୁରୀରେ ୩୩ ଡିଗ୍ରୀ, ପାରାଦୀପରେ ୩୩ ଦଶମିକ ୪ ଡିଗ୍ରୀ, ଗୋପାଳପୁରରେ ୩୩ ଦଶମିକ ତାପମାତ୍ରା ରେକର୍ଡ ହୋଇଛି । ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଅନୁଭୂତ ହୋଇପାରେ ପ୍ରଚଣ୍ଡ ତାତି । ଆଶ୍ୱସ୍ତି ଆଣିପାରେ କାଳବୈଶାଖୀ ବର୍ଷା । ସକାଳ ୮ଟା ପରଠୁ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି । ଦିନ ୪ଟା ପୂର୍ବରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ଅତି ଜରୁରୀ କାମ ନଥିଲେ ଲୋକେ ବାହାରକୁ ବାହାରୁ ନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe