ଚେନ୍ନାଇ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ମ୍ୟାଥମେଟିକାଲ ସାଇନ୍ସର ସୂଚନା : ଭୁବନେଶ୍ୱର ଓ ପୁରୀରେ ୧ ଉପରେ ରହିଛି ଆର ଭ୍ୟାଲୁ

269

କନକ ବ୍ୟୁରୋ : ଭୁବନେଶ୍ୱର ଓ ପୁରୀରେ ୧ ଉପରେ ରହୁଛି ଆର ଭ୍ୟାଲୁ । ଏନେଇ ସୂଚନା ଦେଇଛି ଚେନ୍ନାଇ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଥମେଟିକାଲ ସାଇନ୍ସ  । ଆଇଏମଏସସିର ସୂଚନା ଅନୁସାରେ, ଭୁବନେଶ୍ୱର, କଟକ, ପୁରୀ, କନ୍ଧମାଳ ଓ ଖୋର୍ଦ୍ଧାରେ ଜୁଲାଇ ୨୩ରୁ ଅଗଷ୍ଟ ୧ ମଧ୍ୟରେ ଆର ଭ୍ୟାଲୁ ହାରାହାରି ୦.୮୯ ପ୍ରତିଶତ ରହିଛି  । ଭୁବନେଶ୍ୱରରେ ସର୍ବାଧିକ ଆର ଭ୍ୟାଲୁ ୧.୨୪ ଥିବା ବେଳେ ପୁରୀରେ ଆର ଭ୍ୟାଲୁ ୧.୧୩ ରହିଛି  ।

ରାଜଧାନୀରେ ୧୨୪ ଜଣଙ୍କୁ ସଂକ୍ରମିତ କରୁଛନ୍ତି ୧୦୦ ଜଣ  । ସେହିପରି ପୁରୀରେ ୧୧୩ ଜଣଙ୍କୁ ୧୦୦ ଜଣ ସଂକ୍ରମିତ କରୁଛନ୍ତି  । କଟକ ସହରରେ ୦.୯୭, କଟକ ଜିଲ୍ଲାରେ ୦.୯୧, ଖୋର୍ଦ୍ଧାରେ ୦.୯୪ ଓ କନ୍ଧମାଳରେ ଆର ଭ୍ୟାଲୁ ରହିଛି ୦.୯୨  । ସେହିପରି ଭଦ୍ରକ ଓ ଜଗତସିଂହପୁରରେ ଆର ଭ୍ୟାଲୁ ୧ ପାଖାପାଖି ରହୁଛି  । ଭବିଷ୍ୟତରେ ଏହି ସ୍ଥାନରେ ଆର ଭ୍ୟାଲୁ ୧ ପାର କରିପାରେ ବୋଲି ଆଇଏମଏସସି ପକ୍ଷରୁ କୁହାଯାଇଛି  ।