ଲକଡାଉନଠାରୁ ଆହୁରି କଠୋର ସଟଡାଉନ୍ କଟକଣା: ଆଗାମୀ ୪୮ ଘଂଟା ପର୍ଯ୍ୟନ୍ତ ଘରୁ ଗୋଡ କାଢିବା ମନା; ବନ୍ଦ ରହିବ ଦୋକାନ ବଜାର, ଖୋଲିବନି ସବୁ ଔଷଧ ଦୋକାନ

Advertisment
ଲକଡାଉନଠାରୁ ଆହୁରି କଠୋର ସଟଡାଉନ୍ କଟକଣା: ଆଗାମୀ ୪୮ ଘଂଟା ପର୍ଯ୍ୟନ୍ତ ଘରୁ ଗୋଡ କାଢିବା ମନା; ବନ୍ଦ ରହିବ ଦୋକାନ ବଜାର, ଖୋଲିବନି ସବୁ ଔଷଧ ଦୋକାନ

କନକ ବ୍ୟୁରୋ: ୪୮ ଘଂଟା ପାଇଁ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ଭଦ୍ରକ ସହର ସଟ୍ ଡାଉନ୍ ହେବ । ଲକ ଡାଉନ୍ ପାଳନ ହେଉଛି, ହେଲେ ଆଜି ସଂଧ୍ୟା ୮ଟାରୁ ଆସନ୍ତା ୫ ତାରିଖ ବା ରବିବାର ସଂଧ୍ୟା ୮ଟା ଯାଏଁ ସଟ୍ ଡାଉନ୍ ଅର୍ଥାତ୍ ଏକ ପ୍ରକାର କର୍ଫ୍ୟୁ ଲାଗୁ ହେବ କହିଛନ୍ତି ପୁଲିସ ଡିଜି । ତେବେ ଲକଡାଉନ ଅପେକ୍ଷା ଆହୁରୀ କଡାକଡି ହେବ ସଟଡାଉନ । ଲଡଡାଉନ ବେଳେ ଯେଉଁ ସବୁ କଟକଣା ଜାରି ହୋଇଥିଲା ତଥା ଦୋକାନ ବଜାର ଖୋଲା ରଖିବାକୁ କୁହାଯାଇଥିଲା ସେସବୁ ମଧ୍ୟ ଆଗାମୀ ୪୮ କଂଟା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏମିତିକି ପରିବା, କ୍ଷୀର, ରାସନ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ଏହି ୪୮ ଘଂଟା ଭିତରେ ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ କଟକଣା ଲଗାଯିବ । ସ୍ଥାନୀୟ ଅଂଚଳର ପ୍ରଶାସିନକ ଅଧିକାରୀଙ୍କ ନିର୍ଦେଶ କ୍ରମେ ଖୁବ୍ କମ୍ ଔଷଧ ଖୋଲା ରହିବ । ତେବେ ଜାତୀୟ ରାଜପଥ ଉପରେ ମାଲବାହୀ ଗାଡି ଚଳାଚଳରେ କୌଣସି କଟକଣା ରହିବ ନାହିଁ । ଏହାସହ ଏହି ସମୟରେ କୌଣସି ପାସ୍ କାମ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୁଲିସ ଡିଜି ଅଭୟ ।

ଏବେ ନଜର ପକାନ୍ତୁ ସଟଡାଉନ୍ ବେଳେ କଣ ବନ୍ଦ ଏବଂ ଖୋଲା ରହିବ..

ସଟଡାଉନ ଏକ ପ୍ରକାର କର୍ଫ୍ୟୁ

ସଟଡାଉନରେ ସମସ୍ତ ପନିପରିବା, ମାଛ ମାଂସ, ଫଳ, ଗ୍ରୋସରୀ ଦୋକାନ ବନ୍ଦ ରହିବ

ଲକଡାଉନରେ ଏହି ସବୁ ଦୋକାନ ଖୋଲା ରହିଥିଲା

ଔଷଧ ଦୋକାନ କମାଯିବ

ସ୍ଥାନୀୟ ଅଧିକାରୀ ସ୍ଥିର କହିବେ କେତେ ଔଷଧ ଦୋକାନ ଖୋଲାଯିବ?

ଛୋଟ ରୋଗ ଥିଲେ ବାହାରକୁ ନବାହାରିବାକୁ ନିର୍ଦ୍ଦେଶ

ଆମ୍ବୁଲାନ୍ସ ସଂଖ୍ୟା ବଢାଇ ଦିଆଯିବ

ସଟଡାଉନ ପାଇଁ ନୂଆ ପାସ୍ ଦିଆଯିବ

ଜରୁରୀକାଳୀନ ସେବା ଯୋଗାଉଥିବା ବ୍ୟକ୍ତିଙ୍କୁ ମିଳିବ ସଟଡାଉନ ପାସ୍

ମାଲ ପରିବହନ ଗାଡି ଉପରେ କୌଣସି କଟକଣା ରହିବ ନାହିଁ

୧୦୦ ନମ୍ବରରେ ଫୋନ୍ କରି ଭୁବନେଶ୍ୱରରେ ପାସ୍ ନେଇପାରିବେ

ଭଦ୍ରକରେ ଜିଲ୍ଲାପାଳ ଦେବେ ପାସ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe