ଲାଲ୍ ପତାକା ଉଡିଲା, ଟ୍ରେନ୍ ଅଟକିଲା । ଆଉ ଅଳ୍ପକେ ବର୍ତ୍ତିଗଲେ ମଇଁଷି ପଲ

ଲାଲ୍ ପତାକା ଉଡିଲା, ଟ୍ରେନ୍ ଅଟକିଲା । ଆଉ ଅଳ୍ପକେ ବର୍ତ୍ତିଗଲେ ମଇଁଷି ପଲ

କନକ ବ୍ୟୁରୋ : ଗେଟମ୍ୟାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି ଭୁବନେଶ୍ୱର -ଆନନ୍ଦ ବିହାର ସୁପରଫାଷ୍ଟ ଏକ୍ସପ୍ରେସ। ଏଭଳି ଘଟଣା ଘଟିଛି ଖୋଦ୍ ରାଜଧାନୀରେ। ସୂଚନାନୁସାରେ, ଭୁବନେଶ୍ୱର ଭିଏସଏସ୍ ନଗର ଲେଭଲ କ୍ରସିଂ ଓ ମଞ୍ଚେଶ୍ୱର ରେଳ ଷ୍ଟେସନ ମଧ୍ୟରେ ଦିନ ପ୍ରାୟ ୧୨ଟା ୫୦ସମୟରେ ଗୋଟିଏ ବଡ଼ ମଇଁଷି ପଲ ହଠାତ୍ ରେଳ ଲାଇନ୍ ଉପରକୁ ଚାଲି ଆସିଥିଲେ। ଠିକ୍ ଏହି ସମୟରେ ବିପରୀତ ପଟୁ ଆସୁଥିଲା ଆନନ୍ଦବିହାର ସୁପରଫାଷ୍ଟ।

ଟ୍ରେନ ମାଡ଼ି ଆସୁଥିବା ଦେଖି ଭିଏସଏସ୍ ନଗର ଲେଭଲ କ୍ରସିଂରେ ଡ୍ୟୁଟିରେ ଥିବା ଗେଟମ୍ୟାନ୍ ଏ.କେ.ତ୍ରିପାଠୀ ସଙ୍ଗେ ସଙ୍ଗେ ରେଳ ଲାଇନ୍ ଉପରକୁ ଚାଲି ଆସି ଲାଲ୍ ପତାକା ହଲାଇ ଟ୍ରେନର ଗତି ମନ୍ଥର କରିବାକୁ ଲୋକୋ ପାଇଲଟଙ୍କୁ ସଙ୍କେତ ଦେଇଥିଲେ। ଫଳରେ ମଇଁଷି ପଲଠାରୁ ଅଳ୍ପ ଦୂରରେ ଟ୍ରେନଟି ଅଟକି ଯାଇଥିଲା। ଏହା ଦ୍ୱାରା ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ଟ୍ରେନ । ଏହି ଘଟଣାଟି ସାମ୍ନାକୁ ଆସିବା ପରେ ଲୋକେ ଏବେ ଗେଟମ୍ୟାନ୍ ଏ.କେ.ତ୍ରିପାଠୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe