ବାତ୍ୟା ପାଇଁ ରାତି ୧୧ଟାରୁ ଭୁବନେଶ୍ୱର ବିମାନ ବନ୍ଦର ବନ୍ଦ । ୨୭ ତାରିଖ ସକାଳ ୫ଟା ଯାଏଁ ବନ୍ଦ ରହିବ ବିମାନ ବନ୍ଦର ।

ଓମିକ୍ରନକୁ ନେଇ ସତର୍କ ଭୁବନେଶ୍ୱର ବିମାନବନ୍ଦର: ନିର୍ଦ୍ଦେଶକ କହିଲେ, ବିଦେଶରୁ ଆସୁନି ସିଡ୍ୟୁଲ ବିମାନ 

photo courtesy - google

କନକ ବ୍ୟୁରୋ: ମାଡି ଆସୁଛି ବାତ୍ୟା ୟାସ । ୟାସ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ସତର୍କ ରହିଛନ୍ତି । ଏହାସହ ବାତ୍ୟା ପାଇଁ ରାତି ୧୧ଟାରୁ ଭୁବନେଶ୍ୱର ବିମାନ ବନ୍ଦର ବନ୍ଦ ରହିବ । ୨୭ ତାରିଖ ସକାଳ ୫ଟା ଯାଏଁ ବନ୍ଦ ରହିବ ବିମାନ ବନ୍ଦ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ।

ବାତ୍ୟା ୟାସ ୨୬ ତାରିଖ ସକାଳେ ଭଦ୍ରକ ଓ ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ଘଣ୍ଟାପ୍ରତି ରହିବ । ତେବେ ବାତ୍ୟାର ପ୍ରଭାବ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପଡିବ । ଏହାସହ ଖୋର୍ଦ୍ଧା, କଟକ, କେଉଁଝର ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe