ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେ ମରାମତି କାମ ଘୁଞ୍ଚିଲା, ଡିସେମ୍ବର ୧ରୁ ହେବ ରିକାରପେଟିଂ କାମ

Advertisment
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେ ମରାମତି କାମ ଘୁଞ୍ଚିଲା, ଡିସେମ୍ବର ୧ରୁ ହେବ ରିକାରପେଟିଂ କାମ

କନକ ବ୍ୟୁରୋ : ବିଜୁ ପଟ୍ଟନାୟକ ବିମାନବନ୍ଦରର ରନ୍-ୱେ ରିକାରପେଟିଂ କାମ ନଭେମ୍ବର ୧ ବଦଳରେ ଡିସେମ୍ବର ୧ରୁ ଆରମ୍ଭ ହେବ। ତେଣୁ ନଭେମ୍ବର ମାସରେ ଭୁବନେଶ୍ବର ବିମାନବନ୍ଦରରେ ବିମାନ ଚଳାଚଳ ସ୍ବାଭାବିକ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ରନୱେ ମରାମତି କାମ ପାଇଁ ବିମାନବନ୍ଦରକୁ ୮ମାସ ପାଇଁ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା।

publive-imageଏଥିରେ ନଭେମ୍ବର ୨ରୁ ମାର୍ଚ୍ଚ ୩୧, ୨୦୨୦ ପର୍ଯ୍ୟନ୍ତ ରାତି ୧୦ଟାରୁ ସକାଳ ୫ଟା ୩୦ ଯାଏ, ଏପ୍ରିଲ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟା ୩୦ରୁ ସନ୍ଧ୍ୟା ୬ଟା ଯାଏ ବିମାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଏବେ ମରାମତି ଆରମ୍ଭ ହେବାରେ ବିଳମ୍ବ ଥିବାରୁ ବିମାନବନ୍ଦର କେତେ ମାସ ସାମୟିକ ବନ୍ଦ ରହିବ ତାହା ନିଷ୍ପତ୍ତି ହୋଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe