ଦାନ୍ତ ଖୁଣ୍ଟୁଥିବା ବେଳେ ଗିଳିଦେଲେ ଛୁଞ୍ଚି, ବିନା ଅସ୍ତ୍ରୋପଚାରରେ ୯ ବର୍ଷର ଶିଶୁଙ୍କ ଜୀବନ ବଞ୍ଚାଥଲେ ଭୁବନେଶ୍ୱର ଏମ୍ସର ଡାକ୍ତର ।

575

କନକ ବ୍ୟୁରୋ : ଦାନ୍ତ ଖୁଣ୍ଟୁଥିବା ବେଳେ ଅସାବଧାନତା ବଶତଃ ଛୁଂଚିକୁ ଗିଳି ଦେଇଥିଲେ ପଶ୍ଚିମବଙ୍ଗର ଏକ ନାବାଳକ । ଏହା ପରେ ନାବାଳକକୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା । ଆଉ ଏମ୍ସ ଡାକ୍ତର ବିନା ଅସ୍ତ୍ରୋପଚାରରେ ସୁରକ୍ଷିତ ଭାବେ ଛୁଞ୍ଚିକୁ ବାହାର କରିଛନ୍ତି ।

ବ୍ରୋଙ୍କୋସ୍ମୋପିକ ପଦ୍ଧତିରେ ଫୁସଫୁସରୁ ଏକ ସିଲେଇ ଛୁଞ୍ଚି ବାହାର କରିଛନ୍ତି ଭୁବନେଶ୍ୱର ଏମ୍ସର ଡାକ୍ତର । ଏଭଳି ଚିକିତ୍ସା ରାଜ୍ୟରେ ପ୍ରଥମ । ଭୁବନେଶ୍ୱର ଏମ୍ସର ଶିଶୁ ବିଭାଗ ସଫଳତାର ସହ ୯ ବର୍ଷିୟ ନାବାଳକର ଜୀବନ ରକ୍ଷା କରିପାରିଛନ୍ତି । ଅସାବଧାନତା ବଶତଃ ନାବାଳକ ଗିଳି ଦେଇଥିବା ଛୁଞ୍ଚିଟି ବାମପାଶ୍ୱର୍ ଫୁସଫୁସର ନିମ୍ନ ଭାଗକୁ ଚାଲିଯାଇଥିଲା । ହେଲେ ଶିଶୁ ବିଭାଗର ଡାକ୍ତରମାନେ ବ୍ରୋଙ୍କୋସ୍ମୋପିକ ପଦ୍ଧତିରେ ଫୁସଫୁସରୁ ବିନା ଅସ୍ତ୍ରୋପଚାରରେ ଛୁଂଚିକୁ ବାହାର କରିଛନ୍ତି । ଏବେ ପଶ୍ଚିମବଙ୍ଗର ନାବାଳକ ଜଣକ ସୁସ୍ଥ ଥିବା ଜଣାପଡିଛି ।