କନକ ବ୍ୟୁରୋ: ବାସି ପଖାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । ଭୁବନେଶ୍ୱର ଏମ୍ସର ଡାକ୍ତରଙ୍କ ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଡକ୍ଟର ବାଲମୁରଗାନ୍ ରାମଦୋସ ଗବେଷଣା କରି ଏଭଳି କଥା କହିଛନ୍ତି । ତାଙ୍କ କହିବା କଥା ହେଲା, ବାସି ପଖାଳରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ରୋଗ ସହ ଲଢେଇ କରିବାରେ ସହାୟତା କରିଥାଏ । ରାତିରେ ପଖାଳ ହୋଇଥିବା ତୋରାଣିରେ ଭିଟାମିନ-ବି ୧୨, ଭିଟାମିନ-କେ ରହିଥାଏ । ଏହ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇବାରେ ସହାୟତା କରିଥାଏ ।
ରାତିରେ ଭାତକୁ ପଖାଳିବା ଦ୍ୱାରା କିଛି ସମୟ ପରେ ଲାକ୍ଟୋ-ବାସିଲସ ନାମକ ସକାରାତ୍ମକ ଜୀବାଣୁ ତିଆରି ହୋଇଥାଏ । ଏହା ଖାଇଲା ପରେ ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ପଖାଳ ନମୁନା ସଂଗ୍ରହ କରାଯାଇ ଗବେଷଣା କରାଯିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ହୋଟେଲରେ ପଖାଳ ନୁହେଁ ବରଂ ଘରେ ପ୍ରସ୍ତୁତ ପଖାଳ ଶରୀର ପାଇଁ ଅଧିକ ହିତକର ବୋଲି ଗବେଷଣାରୁ ଜଣାପଡିଛି । ସାଧାରଣ ଲୋକଙ୍କ ପାଇଁ ପଖାଳ ସହଜରେ ଉପଲବ୍ଧ ହେଉଥିବାବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିବା ଆଶ୍ୱସ୍ତି ଆଣିଛି । ଜଣେ ଦିନକୁ ୫ ମିଲିଲିଟର ବାସି ତୋରାଣି ପିଇଲେ ଶରୀର ପାଇଁ ହିତକର ବୋଲି ଗବେଷଣାରୁ ଜଣାପଡିଛ । ଡକ୍ଟର ବାଲମୁରଗାନ୍ ରାମଦୋସ ଏମ୍ସରେ ଡିପାର୍ଟମେଂଟ ଅଫ ବାୟୋକେମଷ୍ଟ୍ରି ଆଡିସିନାଲ ପ୍ରଫେସର ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/30-4.jpg)