କନକ ବ୍ୟୁରୋ : ଏମ୍ସରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ବାନ୍ଧିଛି ପୋଲିସ । ସଂପୃକ୍ତ ଡାକ୍ତରଙ୍କ ନାମରେ ଅଭିଯୋଗ ରହିଛି କି ଡାକ୍ତର ଜଣେ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ । ଦୀର୍ଘ ୨ ବର୍ଷର ସଂପର୍କ ପରେ ଝିଅ ଜଣଙ୍କ ଗର୍ଭବତୀ ହୋଇଥିଲେ । ଏହାପରେ ଡାକ୍ତରବାବୁ କୌଶଳ କ୍ରମେ ପ୍ରେମିକାର ଗର୍ଭ ନଷ୍ଟ କରିଦେଇଥିଲେ । ଏହାପରେ ଝିଅଟି ଥାନାରେ ଅଭିଯୋଗ କରିବା ପରେ ଏବେ ସଂପୃକ୍ତ ଡାକ୍ତରଙ୍କୁ ପୋଲିସ ଗିରଫ କରିଛି ।
ସୂଚନା ମୁତାବକ ଭୁବନେଶ୍ୱର ଏମ୍ସର କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ସେହି ହସ୍ପିଟାଲକୁ ନିଜ ବାପାଙ୍କୁ ନେଇ ଚିକିତ୍ସା କରିବାକୁ ଆସିଥିବା ଜଣେ ଝିଅକୁ ଭଲ ପାଇଯାଇଥିଲେ । ଜୟଦୀପ ଦାସଗୁପ୍ତା ନାମକ ଏହି ଡାକ୍ତର ଜଣଙ୍କ ସେହି ଝିଅ ସହ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ଦୁଇବର୍ଷ କାଳ ତାଙ୍କସହ ଶାରିରୀକ ସଂପର୍କ ରଖିଥିଲେ । ଏହାରି ମଧ୍ୟରେ ଝିଅଟି ଗର୍ଭବତୀ ହୋଇଯାଇଥିଲେ । ହେଲେ ଡାକ୍ତରବାବୁ ଡାକ୍ତରୀ କାଇଦାରେ ଝିଅଟିର ଗର୍ଭନଷ୍ଟ କରିଦେଇଥିଲେ । ଏହାପରେ ଝିଅଟି ଥାନାରେ ଅଭିଯୋଗ କରିଥିଲା । ଏହି ଅଭିଯୋଗ କ୍ରମେ ମହିଳା ଥାନା ପୋଲିସ ଆଜି ଡାକ୍ତର ଜୟଦୀପ ଦାସଗୁପ୍ତାଙ୍କୁ ଗିରଫ କରିଛି ।
ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି କି ସେ ତାଙ୍କ ବାପାଙ୍କର ଅପରେସନ ଭୁବନେଶ୍ୱର ସ୍ଥିତ ଏମ୍ସରେ କରିଥିଲେ । ଏହି ସମୟରେ କାର୍ଡିଓଲୋଜୀ ବିଭାଗର ଥିବା ଡାକ୍ତର ଜୟଦୀପ ସାହୁ ତାଙ୍କ ବାପାଙ୍କ ଚିକିତ୍ସା କରୁଥିଲେ । ଡାକ୍ତର ଜଣଙ୍କ ତାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଥିଲେ । ହେଲେ ଯୁବତୀ ଜଣଙ୍କ ରାଜି ହୋଇନଥିଲେ । ଶେଷରେ ଡାକ୍ତର ଜୟଦୀପ ସର୍ତ୍ତ ରଖିଥିଲେ କି ତାଙ୍କ ସହ ଶାରିରୀକ ସଂପର୍କ ରଖିଲେ ଯାଇ ସେ ତାଙ୍କ ବାପାଙ୍କୁ ମେଡିକାଲରୁ ଡିସଚାର୍ଜ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/IMAGE_1642406990.jpg)