ଚାକିରୀ କରାଇଦେବା ନାଁରେ ଠକେଇ : ଓଡ଼ିଶା ଛାଡ଼ି ଖସିଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

207

କନକ ବ୍ୟୁରୋ : ଚାକିରୀ କରାଇବା ନାଁରେ ମହାଠକେଇ । ଭୁବନେଶ୍ୱରରେ ଏଭଳି ଘଟଣା ଘଟିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଆଇସିଏଆର, ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚରେ ଚାକିରୀ କରାଇଦେବା ନାଁରେ ଲୁଟ କରିଛନ୍ତି ଠକ ଅନୀଲ ସାହୁ । ଟଙ୍କା ନେଇ ଠକ ଫେରାର ଥିବାବେଳେ ତାର ସହଯୋଗୀ କୁହାଯାଉଥିବା ଗାର୍ଲଫ୍ରେଣ୍ଡ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ବିମାନବନ୍ଦରରୁ ଧରାପଡିଛନ୍ତି । ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ବେକାର ଯୁବକଙ୍କୁ ଟାର୍ଗେଟ କରୁଥିଲା ଅନୀଲ ।

ପ୍ରଥମେ ରେଜିଷ୍ଟ୍ରେସନ ଫିସ, ତାପରେ ଅବଶିଷ୍ଟ ଟଙ୍କା କିସ୍ତି ଆକାରରେ ଦେବାକୁ ଚୁକ୍ତିନାମା କରୁଥିଲା ଅନୀଲ । ପଦବୀ ଅନୁସାରେ ଦରମା ବି ଫିକ୍ସି କରିଥିଲା ଠକ । ଭୁବନେଶ୍ୱର ରସୁଲଗଡ ଅଚଂଳରେ ଅନୀଲ ସାହୁ ଅଫିସ ଚଳାଉଥିଲା । ଏବେ ଘଟଣା ପଦାକୁ ଆସିବା ପରେ ଚାକିରୀ ଦେବା ତ ଦୂରର କଥା ଟଙ୍କା ନେଇ ଫେରାର ହୋଇଯାଇଛି । ଏହି ଠକାମୀରେ ଅନୀଲଙ୍କୁ ସହଯୋଗ କରୁଥିଲେ ଜଣେ ଯୁବତୀ । ସେ ଓଡିଶା ଛାଡି ଫେରାର ହେଉଥିବାବେଳେ ଭୁବନେଶ୍ୱର ବିମାନବନ୍ଦରରୁ ତାଙ୍କୁ ପୁଲିସ ଧରି ପଚରାଉଚରା କରୁଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।