ବାତ୍ୟା ପରେ ଭୁବନେଶ୍ୱରରେ ଜାରି ରହିଛି ପୁନଃରୁଦ୍ଧାର କାର୍ଯ୍ୟ ! ଦେବଦୂତ ସାଜିଛନ୍ତି ଅଗ୍ନିଶମ ବିଭାଗର ଫାୟାରମ୍ୟାନ ।

‘ଫୋନି’ ପାଇଁ ଫାଇଟ୍ । ୭ ଦିନ ଭିତରେ ଅସମ୍ଭକୁ ସମ୍ଭବ କରି ଦେଖାଇଲେ ରିୟଲ ହିରୋ, ଅନ୍ଧାରକୁ କାଢ଼ି ଆଲୋକ ଭରିଲେ, ପ୍ରଭାବିତଙ୍କ ଶୋଷ ମେଣ୍ଟାଇଲେ ।

ଭୟଙ୍କର ବାତ୍ୟା ଫୋନିର କରାଳ ରୁପକୁ ଭୁଲିପାରୁନାହାନ୍ତି ରାଜଧାନୀବାସି । ବାତ୍ୟା ଏତେ ଭୟଙ୍କର ଥିଲା ଯେ ୭ ଦିନ ହେବ କିଛି ସ୍ଥାନରେ ବିଦ୍ୟୁତ୍ ସେବା ବ୍ୟାଘାତ ହୋଇଛି । ରାଜପଥରୁ ଗଛ ସଫା ହୋଇଯାଇଥିଲେ ମଧ୍ୟ ଏବେ ବି କିଛି ସ୍ଥାନ ଅଛି ଯେଉଁଠି ଗଛ ପଡିରହିଛି ।

publive-image

ତେବେ ଫୋନି ବାତ୍ୟାର ସ୍ଥିତି ସୁଧାରିବା ପାଇଁ ଜାରି ରହିଛି ପୁନଃରୁଦ୍ଧାର କାର୍ଯ୍ୟ । ଏହି ପୁନଃରୁଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ଓଡିଶା ଅଗ୍ନିଶମ ସେବା ବିଭାଗର ୪୫୦ ଫାୟାରମ୍ୟାନ  । ଓଡ୍ରାଫ , ଏନଡିଆରଏଫ ଭଳି ଅଗ୍ନିଶମ ସେବା ବିଭାଗର ଏହି କୁଶଳୀ ଫାୟାରମ୍ୟାନ ମାନେ ଏବେ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି । ରାସ୍ତାରୁ ଗଛ କାଟିବା , ଅପହଂଚ ସ୍ଥାନରେ ପିଇବା ପାଣି ପହଁଚାଇବା, ଘରୋଇ ଲୋକଙ୍କ ଘରୁ ମଧ୍ୟ ଗଛ କାଟିବାରେ ଦିନ ରାତି ସହାୟତା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe