ଭୟଙ୍କର ବାତ୍ୟା ଫୋନିର କରାଳ ରୁପକୁ ଭୁଲିପାରୁନାହାନ୍ତି ରାଜଧାନୀବାସି । ବାତ୍ୟା ଏତେ ଭୟଙ୍କର ଥିଲା ଯେ ୭ ଦିନ ହେବ କିଛି ସ୍ଥାନରେ ବିଦ୍ୟୁତ୍ ସେବା ବ୍ୟାଘାତ ହୋଇଛି । ରାଜପଥରୁ ଗଛ ସଫା ହୋଇଯାଇଥିଲେ ମଧ୍ୟ ଏବେ ବି କିଛି ସ୍ଥାନ ଅଛି ଯେଉଁଠି ଗଛ ପଡିରହିଛି ।
ତେବେ ଫୋନି ବାତ୍ୟାର ସ୍ଥିତି ସୁଧାରିବା ପାଇଁ ଜାରି ରହିଛି ପୁନଃରୁଦ୍ଧାର କାର୍ଯ୍ୟ । ଏହି ପୁନଃରୁଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ଓଡିଶା ଅଗ୍ନିଶମ ସେବା ବିଭାଗର ୪୫୦ ଫାୟାରମ୍ୟାନ । ଓଡ୍ରାଫ , ଏନଡିଆରଏଫ ଭଳି ଅଗ୍ନିଶମ ସେବା ବିଭାଗର ଏହି କୁଶଳୀ ଫାୟାରମ୍ୟାନ ମାନେ ଏବେ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି । ରାସ୍ତାରୁ ଗଛ କାଟିବା , ଅପହଂଚ ସ୍ଥାନରେ ପିଇବା ପାଣି ପହଁଚାଇବା, ଘରୋଇ ଲୋକଙ୍କ ଘରୁ ମଧ୍ୟ ଗଛ କାଟିବାରେ ଦିନ ରାତି ସହାୟତା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/Screen-Shot-2019-05-09-at-11.55.59-AM.png)
/kanak/media/post_attachments/wp-content/uploads/2019/05/Screen-Shot-2019-05-09-at-11.55.31-AM-300x225.png)