ଭୁବନେଶ୍ୱର : ବିଭିନ୍ନ ଦାବି ନେଇ ରାଜରାସ୍ତାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

Advertisment
୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମସ୍ୟାର ସମଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି !

କନକ ବ୍ୟୁରୋ : ବିଭିନ୍ନ ଦାବିରେ ରାଜରାସ୍ତାରେ ପୁଣି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ହୋ ହାଲ୍ଲା ନାରାବାଜୀରେ କମ୍ପିଲା ଭୁବନେଶ୍ୱରସ୍ଥିତ ଜେଡ୍ଏଚଏଲ କାର୍ଯ୍ୟାଳୟ । କର୍ମଚାରୀମାନେ ଦୀର୍ଘଦିନଧରି ଆନ୍ଦୋଳନ କରିଆସୁଥିବା ସହ ଦାବି ସଂପର୍କରେ ବିଭାଗୀୟ ଅଧୀକାରୀଙ୍କଠାରେ ଉପସ୍ଥାପନ କରିଆସିଛନ୍ତି । ହେଲେ କର୍ମଚାରୀଙ୍କ ଦାବି ପୂରଣ ହୋଇପାରୁନି । ବହୁଦିନଧରି ଆମ୍ବୁଲାନ୍ସ କର୍ମଚାରୀ କଂପାନୀ କର୍ତ୍ତୃପକ୍ଷଙ୍କୁ ବକେୟା ପାଉଣା ବଷୟରେ ଅବଗତ କରୁଛନ୍ତି ।

ହେଲେ କର୍ତ୍ତୃପକ୍ଷ ଏମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି ବୋଲି ଅଭିଯୋଗ କରିଛି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ତାହା ସହିତ କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ୩ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ସାମିଲ ପାଇଁ ଦାବି ରଖିଛି । ସେହିପରି କର୍ମଚାରୀଙ୍କୁ ଶ୍ରମ ଆଇନ ଅନୁସାରେ ଠିକ ସମୟରେ ଦରମା ମିଳୁନାହଁ । ସେହିପରି ରିଲିଭରଙ୍କ ଛୁଟି କାଟିବା ବନ୍ଦ କରାଯାଉ ବୋଲି ସଂଘ ଦାବି କରିଛି । ସମସ୍ୟାର ସମାଧାନ ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘର ଏକ ପ୍ରତିନିଧୀ ଦଳ ସହ ବିଜେପିର ଏକ ଟିମ ଜେଡଏଚଏଲ କର୍ତ୍ତୃପକ୍ଷଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe