କନକ ବ୍ୟୁରୋ : ବିଭିନ୍ନ ଦାବିରେ ରାଜରାସ୍ତାରେ ପୁଣି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ହୋ ହାଲ୍ଲା ନାରାବାଜୀରେ କମ୍ପିଲା ଭୁବନେଶ୍ୱରସ୍ଥିତ ଜେଡ୍ଏଚଏଲ କାର୍ଯ୍ୟାଳୟ । କର୍ମଚାରୀମାନେ ଦୀର୍ଘଦିନଧରି ଆନ୍ଦୋଳନ କରିଆସୁଥିବା ସହ ଦାବି ସଂପର୍କରେ ବିଭାଗୀୟ ଅଧୀକାରୀଙ୍କଠାରେ ଉପସ୍ଥାପନ କରିଆସିଛନ୍ତି । ହେଲେ କର୍ମଚାରୀଙ୍କ ଦାବି ପୂରଣ ହୋଇପାରୁନି । ବହୁଦିନଧରି ଆମ୍ବୁଲାନ୍ସ କର୍ମଚାରୀ କଂପାନୀ କର୍ତ୍ତୃପକ୍ଷଙ୍କୁ ବକେୟା ପାଉଣା ବଷୟରେ ଅବଗତ କରୁଛନ୍ତି ।
ହେଲେ କର୍ତ୍ତୃପକ୍ଷ ଏମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି ବୋଲି ଅଭିଯୋଗ କରିଛି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ତାହା ସହିତ କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ୩ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ସାମିଲ ପାଇଁ ଦାବି ରଖିଛି । ସେହିପରି କର୍ମଚାରୀଙ୍କୁ ଶ୍ରମ ଆଇନ ଅନୁସାରେ ଠିକ ସମୟରେ ଦରମା ମିଳୁନାହଁ । ସେହିପରି ରିଲିଭରଙ୍କ ଛୁଟି କାଟିବା ବନ୍ଦ କରାଯାଉ ବୋଲି ସଂଘ ଦାବି କରିଛି । ସମସ୍ୟାର ସମାଧାନ ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘର ଏକ ପ୍ରତିନିଧୀ ଦଳ ସହ ବିଜେପିର ଏକ ଟିମ ଜେଡଏଚଏଲ କର୍ତ୍ତୃପକ୍ଷଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/vlcsnap-2017-08-08-17h38m08s363.png)