ପୁଣି ଦୁଷ୍କର୍ମ !! ରାଜଧାନୀରେ ଲଜ୍ଜା, ଯବତୀଙ୍କୁ ସହକର୍ମୀ କଲେ ଦୁଷ୍କର୍ମ, ଗୁରୁତର ଅବସ୍ଥାରେ ପୀଡିତା ମେଡିକାଲରେ ଭର୍ତି

କାହିଁକି ହାତ ବାନ୍ଧି ବସିଥିଲା ପୋଲିସ? ୭ ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମ ହେବା ପରେ ଆତ୍ମହତ୍ୟା କଲେ ନାବାଳିକା : ଏହାପରେ ବାପା ଆତ୍ମହତ୍ୟା ଉଦ୍ୟମ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ

କନକ ବ୍ୟୁରୋ : ଦୁଷ୍କର୍ମକୁ ନେଇ ସଂସଦରୁ ନେଇ ସଡ଼କ ଯାଏ ସବୁଠି ଝଡ଼ ବହୁଛି। ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇ ଆସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ମାତ୍ର କିଛି ଯୌନ ପିପାସୁଙ୍କ ଉପରେ ଏସବୁର କୌଣସି ପ୍ରଭାବ ପଡ଼ିଲା ଭଳି ମନେ ହେଉନାହିଁ। ରାଜଧାନୀ ଉପକଣ୍ଠ ଭରତପୁର ନିକଟ ପଣ୍ଡାକୁଦିଆ ବସ୍ତି ଅଞ୍ଚଳରେ ଜଣେ ଯୁବତୀଙ୍କୁ ତାଙ୍କର ଜଣେ ସହଯୋଗୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ହୋଇଥିବା ପୀଡ଼ିତା ଜଣକ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ  ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ପରିବାର ଲୋକେ ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ସେହି ଆଧାରରେ ଅଭିଯୁକ୍ତ ଜଗନ୍ନାଥ ମହାନ୍ତିକୁ ଗିରଫ କରିଛି। ଜଗନ୍ନାଥର ଘର ଜଗତସିଂହପୁର ଜିଲ୍ଲାରେ। ଏଠାରେ ସେ ସାଁପୁରରେ ଏକ ଭଡ଼ା ଘରେ ରହେ। ତାକୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

publive-imageସୂଚନା ଅନୁସାରେ, ପୀଡ଼ିତା ଯୁବତୀ ଓ ଜଗନ୍ନାଥ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ କାମ କରନ୍ତି। ଯୁବକ ଜଣକ ସୁପରଭାଇଜର ଭାବେ ଚାକିରି କରୁଥିବାବେଳେ ଯୁବତୀ ସେହି ହସ୍ପିଟାଲର ସୁଇପିଂ ବିଭାଗର ଆଟେଣ୍ଡାଣ୍ଟ ଅଛନ୍ତି। ମାସେ ତଳେ ସେମାନଙ୍କର ଦେଖାସାକ୍ଷାତ ହୋଇ ପରିଚୟ ବଢ଼ିଥିଲା। ଯୁବତୀ ଜଣଙ୍କ ତା’ କଥାରେ ରାଜି ହୋଇ ନିକଟ ପଣ୍ଡାକୁଦିଆ ବସ୍ତିକୁ ବୁଲିବାକୁ ଯାଇଥିଲେ। ସେଠାରେ ସେ ଯୁବତୀଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ଏଥିରେ ଯୁବତୀଜଣଙ୍କ ଗୁରୁତର ହୋଇ ପଡ଼ିଥିଲେ। ଚିକିତ୍ସା କରାଇ ନାବାଳିକାକୁ ଚୁପଚାପ ଛାଡ଼ି ଦେବା ଚକ୍କରରେ ଥିଲା ଅଭିଯୁକ୍ତ। ମାତ୍ର ଡାକ୍ତର ସବୁ ବିଗାଡ଼ି ଦେଲେ। ସନ୍ଦେହ ହେବାରୁ ଡାକ୍ତର ତୁରନ୍ତ ଏ ସଂପର୍କରେ ଖଣ୍ଡଗିରି ଥାନାକୁ ଜଣାଇଥିଲେ। ପୁଲିସକୁ ଖବର ହେବା ଜାଣି ଜଗନ୍ନାଥ ସେଠାରୁ ଚମ୍ପଟ ମାରିଥିଲା। ତେବେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଯୁବତୀ ଜଣକ ପୁଲିସ ଆଗରେ ବୟାନ ଦେବା ପରେ ପୁଲିସର ଏକ ଟିମ୍ ପଣ୍ଡାକୁଦିଆ ବସ୍ତି ଅଞ୍ଚଳରେ ଚଢ଼ଉ କରି ଜଗନ୍ନାଥକୁ ଧରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe