‘ବିଜେଡିର ଏକପାଖିଆ ବିଜୟ ହେବ, ସଂଖ୍ୟା ଗରିଷ୍ଠତା ସହ ବିଜେଡି ସରକାର ଗଢିିବ’ : ପ୍ରେସମିଟରେ ଭୃଗୁଙ୍କ ଦୃଢୋକ୍ତି ।

‘ବିଜେଡିର ଏକପାଖିଆ ବିଜୟ ହେବ, ସଂଖ୍ୟା ଗରିଷ୍ଠତା ସହ ବିଜେଡି ସରକାର ଗଢିିବ’ : ପ୍ରେସମିଟରେ ଭୃଗୁଙ୍କ ଦୃଢୋକ୍ତି ।

କନକ ବ୍ୟୁରୋ: ସେହିପରି ବିଜେଡିର ବ୍ରହ୍ମପୁର ଲୋକସଭା ଆସନର ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ସାମ୍ବାଦିକ ସମ୍ମିଳନୀ କରି ବଡ ବିଜୟର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । କହିଛନ୍ତି, ବିଜେଡିର ଏକପାଖିଆ ବିଜୟ ହେବା ସହ ସଂଖ୍ୟା ଗରିଷ୍ଠତା ସହିତ ସରକାର ଗଢିବ ବିଜେଡି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରୁ ସରୁ ବିଜେଡିର ସରକାର ହେବା ସ୍ପଷ୍ଟ ହୋଇସାରିଲାଣି । ୪ର୍ଥ ପର୍ଯ୍ୟାୟ ସରିବା ପରେ ବଡ ବ୍ୟବଧାନରେ ବିଜୟ ହେବାକୁ ଯାଉଛି ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର ।

ଭୃଗୁ ଆହୁରି ମଧ୍ୟ କହିଛନ୍ତି ଯେ, ‘ବିଜେପି ଧରାସାୟୀ ହୋଇସାରିଛି, ବିଜେଡିର ଏକପାଖିଆ ବିଜୟ ହେବ ସଂଖ୍ୟା ଗରିଷ୍ଠତା ସହ। ଚିଟଫଣ୍ଡ ଦୃନୀତିର ମହାନାୟକଙ୍କୁ ନେଇ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ କଲା। ଓ ତାଙ୍କୁ ପୋଷ୍ଟର ବୟ କଲା। ସେମାନେ କ’ଣ ଚିଟଫଣ୍ଡ କଥା କହିବେ। ଓଡିଶାରେ ଯେଉଁମାନେ ଗୁଣ୍ଡାଗର୍ଦ୍ଦି କରନ୍ତି ସେମାନେ ଏବେ ବିଜେପିର ନେତା। ବିଜେପି ନିଜ ଛବି ଆଇନାରେ ଥରେ ଦେଖୁ। ବିଜେପିକୁ ଲୋକମାନେ ବାରମ୍ବାର ବରଖାସ୍ତ କରୁଛନ୍ତି। ବିଜେପି ଫେକ ନ୍ୟୁଜ ଫ୍ୟାକ୍ଟ୍ରି, ତାକୁ ଚଳାଇବା ପାଇଁ ଏମିତି କରୁଛି ବିଜେପି। ବିଜେପି ଯେଉଁ ଅପଚେଷ୍ଟା କରୁଛି ସେଥିରେ କୌଣସି ଲାଭ ହେବ ନାହିଁ। ତୃତୀୟ ପର୍ୟ୍ୟାୟ ନିର୍ବାଚନ ସରୁ ସରୁ ବିଜେଡି ର ସରକାର ହେବା ସ୍ପଷ୍ଟ ହୋଇସାରିଲାଣି। ଚତୁର୍ଥ ପର୍ୟ୍ୟାୟରେ ବଡ଼ ବ୍ୟବଧାନ ହେବାକୁ ଯାଉଛି। ବିଜେଡିର ଏକପାଖିଆ ଜିତ ହେବା ଦେଖି ବିଜେପି ତାଟିଆ କାମୁଡିବା ଆରମ୍ଭ କରିଛି ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe