କନକ ବ୍ୟୁରୋ: ବ୍ରହ୍ମପୁର ଗସ୍ତ ସାରି ଦିଲ୍ଲୀ ଫେରିଗଲେ ବିଜେପି ଅଧ୍ୟକ୍ଷ ଜଗତ ପ୍ରସାଦ ନଡା । ବ୍ରହ୍ମପୁର ସମାବେଶ ଉଭୟ ବିଜେଡି ସରକାର ଏବଂ ବିରୋଧୀ କଂଗ୍ରେସ ଉପରେ ବର୍ଷିଥିଲେ । ଏହାପରେ ଦଳୀୟ ନେତାଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା ଆସନର ନେତା ଓ ୭ଟି ଜିଲ୍ଲାର ଶୀର୍ଷ ନେତୃତ୍ୱ ଉପସ୍ଥିତ ଥିଲେ । ଏଥିସହ ନିର୍ବାଚନରେ ଦଳର ରଣନୀତି ବାବଦରେ ଆଲୋଚନା ହୋଇଛି । ୪ଟି ଯାକ ଲୋକସଭା ଆସନରେ ବିଜେପି ବିଜୟୀ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଏପରିକି ବିଧାନସଭା ଗୁଡିକରେ ମଧ୍ୟ ଦଳ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।

ସେପଟେ ନଡ୍ଡାଙ୍କ ଗସ୍ତକୁ ସମାଲୋଚନା କରିଛନ୍ତି ବିଜେଡିର ଲୋକସଭା ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ବିଜେପିର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଠକେଇ ମାମଲାର ସାମ୍ନା କରୁଛନ୍ତି । ଏପରିକି ତାଙ୍କ ନାଁରେ ବିଭିନ୍ନ କେସ ଚାଲିଛି । ଏପରି ଜଣେ ବ୍ୟକ୍ତିଙ୍କ ସହ ବିଜେପି ସଭାପତି ନଡା ମଞ୍ଚରେ କିପରି ବସିଲେ ବୋଲି ପ୍ରଶ୍ନ କରିଛନ୍ତି ଭୃଗୁ ବକ୍ସିପାତ୍ର ।