‘ଆଦର୍ଶ ବୋହୂ’ ପ୍ରସ୍ତୁତି କରିବା ନିମନ୍ତେ ଭୋପାଳ ବିଶ୍ୱବିଦ୍ୟାଳୟ ଏକ ସ୍ୱଳ୍ପକାଳୀନ କୋର୍ସ ଆରମ୍ଭ କରିବାକୁ ନିଷ୍ପତି ନେଇଛି। ଏହା ମହିଳା ସଶକ୍ତକରଣରେ ଗୋଟିଏ ପାଦ ଆଗରେ ରହିବ ବୋଲି ବିଶ୍ୱବିଦ୍ୟାଳୟର ଅଖଣ୍ଡ ବିଶ୍ୱାସ। ଆସନ୍ତା ଶିକ୍ଷାବର୍ଷରୁ ଏହି ତିନିମାସିଆ ପାଠ୍ୟକ୍ରମ ଆରମ୍ଭ ହେବ।
କୁଳପତି ପ୍ରଫେସର ଡି ସି ଗୁପ୍ତ ବୁଝାଇ କହିଛନ୍ତି ଯେ ବାହାଘର ପରେ ନୂତନ ପରିସ୍ଥିତିରେ ଖାପଖୁଆଇ ଚଳିବା ନିମନ୍ତେ ସଚେତନ କରିବା ଏହି ପାଠ୍ୟକ୍ରମର ଉଦ୍ଦେଶ୍ୟ। ବିଶ୍ୱବିଦ୍ୟାଳୟ ହିସାବରେ ସମାଜ ପ୍ରତି ମଧ୍ୟ ଆମର ଦାୟିତ୍ୱ ରହିଛି। ଆମେ କେବଳ ପାଠପଢ଼ାରେ ସୀମିତ ରହିବା ଅନୁଚିତ। ପରିବାରକୁ ଅଖଣ୍ଡ ରଖିବା ପରି ବୋହୂ ପ୍ରସ୍ତୁତି କରିବା ଆମର ଉଦ୍ଦେଶ୍ୟ। ମନୋବିଜ୍ଞାନ, ସମାଜବିଜ୍ଞାନ ଏବଂ ମହିଳାଙ୍କ ଅଧ୍ୟୟନ ବିଭାଗରେ ଏହି ପାଠ୍ୟକ୍ରମ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ ହେବ। ଏହା ନାରୀ ସଶକ୍ତକରଣର ଅଂଶବିଶେଷ।
ପାଠ୍ୟଖସଡ଼ା ସଂକ୍ରାନ୍ତରେ ପ୍ରଫେସର୍ ଗୁପ୍ତ କହିଛନ୍ତି, ସମାଜବିଜ୍ଞାନ, ମନୋବିଜ୍ଞାନ ଏବଂ ସେମିତିକା ବିଷୟବସ୍ତୁରୁ ଏହି କୋର୍ସର ପାଠ୍ୟଖସଡ଼ା ଅଣାଯିବ। ଏହି କୋର୍ସ ସାରିବା ପରେ ଝିଅମାନେ ପରିବାରଗୁଡ଼ିକର ଗତିଶୀଳତାକୁ ଭଲ ଭାବେ ବୁଝିବାକୁ ସମର୍ଥ ହେବେ। ପରିବାରଗୁଡ଼ିକର ଗତିଶୀଳତାକୁ ଭଲ ଭାବେ ବୁଝିବାକୁ ସମର୍ଥ ହେବେ। ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଏଇଟା ଆମର ଉଦ୍ୟମ। ପ୍ରଥମ ବ୍ୟାଚରେ ୩୦ ଜଣ ଝିଅ ନାଁ ଲେଖାଇବେ। ଏଥିପାଇଁ କୌଣସି ସର୍ବନିମ୍ନ ଯୋଗ୍ୟତା ଲୋଡ଼ା କି ନାହିଁ ସେ କଥା ବିଚାର କରାଯାଉଛି। କୋର୍ସ ସାରିଥିବା ଝିଅମାନଙ୍କର ପିତାମାତାଙ୍କ ଠାରୁ ବିଶ୍ୱବିଦ୍ୟାଳୟ ମତାମତ ମଧ୍ୟ ଗ୍ରହଣ କରିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Adarsh-Bahu-Certificate-Bhopal-University-to-launch-short-term-bridal-course-for-women.jpg)
/kanak/media/post_attachments/wp-content/uploads/2018/09/DnB_xTVXoAAV7CC.jpg)