କନକ ବ୍ୟୁରୋ : ଭୋପାଲରେ ରାଜ୍ୟ ସଚିବାଳୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଏତେ ଭୟଙ୍କର ରହିଛିକି, ସ୍ଥାନୀୟ ଅଞ୍ଚଳ ପୂରା ଧୂଆଁମୟ ହୋଇଯାଇଛି । ସୂଚନା ଅନୁସାରେ ବଲ୍ଲଭ ଭବନର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବା ପାଇଁ ଅଗ୍ନିସମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ତେବେ ଭୟଙ୍କର ନିଆଁରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପୋଡିଯାଇଥିବା ସୂଚନାରୁ ଜଣାପଡିଛି ।
ଅନ୍ୟପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରତିକ୍ରିୟା ରଖି କହିଛନ୍ତି, ମତେ ଖବର ମିଳିଛିକି, ବଲ୍ଲଭ ଭବନର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଜିଲ୍ଲାପାଳଙ୍କ ସହ କଥା ହୋଇ ତୁରନ୍ତ ସ୍ଥିତିକୁ ଆୟତକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛି । ଏପରି ଘଟଣା ଯେପରି ପୁଣି ଥରେ ନଘଟେ ସେ ଦିଗ ଉପରେ ନଜର ଦେବାକୁ କଡା ନିର୍ଦ୍ଦେଶ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/09_03_2024-bhopal_23670667_111123595.webp)