ଇଞ୍ଜିନିୟରଙ୍କ ଦରମା ୩୦ ହଜାର ଟଙ୍କା। ଘରୁ ମିଳିଲା ୭ କୋଟିର ସମ୍ପତ୍ତି।

8,783

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଭୋପାଳରେ ଲୋକାୟୁକ୍ତ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ହାଉସିଂ କର୍ପୋରେସନର ପ୍ରଭାରୀ ଆସିଷ୍ଟାଣ୍ଡ ଇଞ୍ଜିନିୟର ହେମା ମିନାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଭୋପାଳ, ରାଇସେନ, ବିଦିଶାର ବିଭିନ୍ନ ଠିକଣାରେ ପୋଲିସ ଚଢାଉ କରିଛି । ଚଢାଉରୁ ଜଣାପଡିଛି ଯେ ହେମା ମିନାଙ୍କ ପାଖରେ ୭ କୋଟିର ସମ୍ପତ୍ତି ରହିଛି । ବର୍ତ୍ତମାନ ମଧ୍ୟ ଲୋକାୟୁକ୍ତଙ୍କ ତଦନ୍ତ ଜାରିରହିଛି ।