କୁଆଡେ ଗଲେ ମରିଚ ବାବା ? ଦିଗବିଜୟ ସିଂହଙ୍କ ପରାଜୟ ହେଲେ ଜଳସମାଧୀ ନେବାକୁ କହୁଥିବା ମରିଚ ବାବାଙ୍କୁ ଖୋଜୁଛନ୍ତି ଲୋକେ ।     

379

ମରିଚ ବାବା ବା ମହାମଣ୍ଡଳେଶ୍ୱର ସ୍ୱାମୀ ବୈରାଗ୍ୟାନନ୍ଦ ଏବେ କେଉଁଠି ? ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ଲୋକେ ତାଙ୍କୁ ଖୋଜିବାରେ ଲାଗିପଡିଛନ୍ତି । କିନ୍ତୁ ବାବାଙ୍କ ସହ କାହାର ସଂପର୍କ ହୋଇପାରୁନାହିଁ । କଳନା କରାଯାଉଛି କି ମରିଚ ବାବା କାଳେ ଭୂମିଗତ ବା ଅଣ୍ଡରଗ୍ରାଉଣ୍ଡ ହୋଇଥାଇପାରନ୍ତି । ତେବେ ଆପଣ ଭାବୁଥିବେ ଏ ମରିଚ ବାବା କିଏ? ଆମେ ଆପଣଙ୍କୁ କହିରଖୁଛୁ ଏ ହେଉଛନ୍ତି ସେହି ବାବା ଯେ ଭୋପାଳ ଦିଗବିଜୟ ସିଂହଙ୍କ ବିଜୟକୁ ନେଇ ଖୁବ୍ ଦମ୍ଭ ଦେଖାଉଥିଲେ ଏବଂ ପରାଜୟ ହେଲେ ଜଳସମାଧୀ ନେବାକୁ ମଧ୍ୟ ଘୋଷଣା କରିଦେଇଥିଲେ ।

ଭୋପାଳ ଲୋକସଭା ସିଟ୍ ରୁ ଦିଗବିଜୟ ସିଂହଙ୍କ ବିଜୟର କାମନା କେବଳ କମ୍ପ୍ୟୁଟର ବାବା ନୁହଁ ମରିଚ ବାବା ମଧ୍ୟ କରିଥିଲେ । ସେ ଦିଗବିଜୟ ସିଂହଙ୍କୁ ବିଜୟ ହେବାର ଗ୍ୟାରେଣ୍ଟି ଦେବା ସହ ଯଜ୍ଞ ମଧ୍ୟ କରାଇଥିଲେ । ଏହି ଯଜ୍ଞରେ ୫ କ୍ୱିଣ୍ଟାଲ୍ ମରିଚ ପକାଯାଇଥିଲା । ଏଭଳି କରିବା ଦ୍ୱାରା ବିଜୟ ସୁନିଶ୍ଚିତ ହେବା କଥା ବାବା କହିଥିଲେ ଏବଂ ଏଥିରେ ସେ ଫେଲ୍ ମାରିଲେ ଜଳ ସମାଧୀ ନେବେ ବୋଲି ମଧ୍ୟ କହିଥିଲେ ।