ଶୋକ ସମ୍ବାଦ ! ଭୋପାଳ ଗ୍ୟାସ୍ ଲିକ୍ ଘଟଣାରେ ପିଡିତଙ୍କ ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ କରିଥିବା ଅବଦୁଲ ଜବାରଙ୍କ ପରଲୋକ ।

157

ବହୁଚର୍ଚ୍ଚିତ ଭୋପାଳ ଗ୍ୟାସ ଲିକ ଘଟଣାରେ ପିଡିତାଙ୍କ ନ୍ୟାୟ ପାଇଁ ସ୍ୱର ଉଠାଇଥିବା ଅବଦୁଲ ଜବାରଙ୍କ ପରଲୋକ ହୋଇଛି । ଦୀର୍ଘ ଦିନର ରୋଗରେ ପୀଡିତ ଥିବା ଅବଦୁଲ୍ ଗୁରୁବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଭୋପାଳ ଗ୍ୟାସ ର୍ଦୁଘଟଣାରେ ଜଡିତ ଥିବା ପୀଡିତଙ୍କ ନ୍ୟାୟ ପାଇଁ କାମ କରୁଥିବା ଏନଜିଓର ସଂଯୋଜକ ଥିଲେ । ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । ତାଙ୍କୁ ଭୋପାଳର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଦିନକ ପୂର୍ବରୁ ମଧ୍ୟପ୍ରଦେଶ ସରକାର ତାଙ୍କର ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଥିଲେ । ଜବାରଙ୍କ ଦ୍ୱାରା ଗଠନ ହୋଇଥିବା ଏନଜିଓ ପାଖାପାଖି ୩୦ ବର୍ଷ ହେବ ଗ୍ୟାସ ଦୁର୍ଘଟଣାରେ ପୀଡିତଙ୍କ ପାଇଁ କାମ କରୁଛି । ଅବଦୁଲ ଜବାର ଏହି ଦୁର୍ଘଟଣାରେ ତାଙ୍କ ପିତା ମାତାଙ୍କୁ ହରାଇଥିଲେ । ସୂଚନାଯୋଗ୍ୟ ୧୯୮୪ ଡିସେମ୍ବର ୨ ରାତିରେ ଭୋପାଳ ୟୁନିୟନ୍ କାର୍ବାଇଡ କାରଖାନାରେ ବିଷାକ୍ତ ମିଥାଇଲ୍ ଆଇସୋସାଏନେଟ୍ ଗ୍ୟାସ ନିର୍ଗତ ହୋଇଥିଲା । ଏହି ଗ୍ୟାସ ପ୍ରଭାବିତ ହେବା ଯୋଗୁଁ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ପବନ ଏଭଳି ଭାବେ ଖେଳିଯାଇଥିଲା ଯାହାଦ୍ୱାରା ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।