୮ ମାସ ଭିତରେ ଦିନେବି ଛୁଟି ନାହିଁ । ଏଯାଏଁ ଦେଲେଣି ୬୧ ହଜାର କରୋନା ଟିକା, ପ୍ରଶଂସାରେ ଭୋପାଳ ସରକାର

222
କନକ ବ୍ୟୁରୋ: ଭୋପାଳର ଅନନ୍ୟା ସେବିକା ଗାୟତ୍ରୀ ଶ୍ରୀବାସ୍ତବ । ଗତ ଜାନୁଆରୀ ମାସରୁ ଦିନେ ବି ଛୁଟି ନେଇନାହାଁନ୍ତି  । ଏଯାଏଁ ୬୧ ହଜାର କରୋନା ଟିକା ଦେଇସାରିଥିବାବେଳେ ଲକ୍ଷେ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି । ସେଯାଏଁ ଛୁଟି ନେବେନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି ଗାୟତ୍ରୀ ।ତାଙ୍କର ଏହି ଏପରି ସେବା ମନୋଭାବ ଯୋଗୁଁ ତାଙ୍କୁ ସମ୍ମାନୀତ କରିଛନ୍ତି ଭୋପାଳ ସରକାର ।

ଏବେ ସାରା ଦେଶରେ ଚାଲିଛି କରୋନା ଟିକା ଅଭିଯାନ । ଏଥିପାଇଁ ଜାନୁଆରୀରୁ ଲକ୍ଷଲକ୍ଷ ସ୍ୱାସ୍ଥ୍ୟକର୍ମୀ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ କିଛି ସ୍ୱାସ୍ଥ୍ର୍ୟକର୍ମୀ ଏହି ଅଭିଯାନକୁ ଲକ୍ଷ୍ୟ ଭାବେ ଗ୍ରହଣ କରି ନେଇଛନ୍ତି । ଏହି ନିଆରା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭୋପାଳର ଗାୟତ୍ରୀ ଶୀବାସ୍ତବ । ଏଯାଏଁ ୬୧ ହଜାର ଲୋକଙ୍କୁ ଟିକାକରଣ କରିସାରିଥିବାବେଳେ, ଲକ୍ଷେ ଲୋକଙ୍କୁ ଟିକାକରଣ କରିବେ ବୋଲି ସେ ସଙ୍କଳ୍ପ କରିଛନ୍ତି । ସେ ପର୍ଯ୍ୟନ୍ତ ଛୁଟି ନେବେ ନାହିଁ ବୋଲି କହିଛନ୍ତି ।

ଭୋପାଳର କାଟଜୁ ହସ୍ପିଟାଲର ଏଏନଏମ୍ ଗାୟତ୍ରୀ ଜାନୁୟାରୀ ୨୫ରୁ ଏଠାରେ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ସାମିଲ ହୋଇଛନ୍ତି । ସେବେଠାରୁ ଆଜିଯାଏଁ ସେ ଦିନଟେ ବି ଛୁଟି ନେଇନାହାଁନ୍ତି । ଭ୍ୟାକ୍ସିନେସନ ଅଭିଯାନର ସମୀକ୍ଷା କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଯାଇଥିବାବେଳେ ସେଠାରେ ଗାୟତ୍ରୀଙ୍କ ବିଷୟରେ ଜାଣିଥିଲେ । ତାଙ୍କୁ ପ୍ରଶଂସା କରିବା ସହ ମନ୍ତ୍ରୀ ତାଙ୍କୁ ସମ୍ମାନୀତ କରିଛନ୍ତି । ଗ୍ରାୟତ୍ରୀଙ୍କ ପରି ଉତ୍ସର୍ଗୀକୃତ ସେବିକାଙ୍କ ପାଇଁ ଦେଶ ଟିକାକରଣ କ୍ଷେତ୍ରରେ କିର୍ତ୍ତୀମାନ ସ୍ଥାପନ କରିପାରୁଛି ବୋଲି ମନ୍ତ୍ରୀ କହିଛନ୍ତି ।
ଏପରି ଆଉଜଣେ ନିସ୍ୱାର୍ଥପର ସେବିକା ହେଉଛନ୍ତି ଭୋପାଳ ଛତରପୁର ହସ୍ପିଟାଲର ମାୟା ଅହରିୟାର ଯିଏ ଏଯାଏଁ ବିନା କୌଣସି ଛୁଟିରେ ୬୪ ହଜାର ଟିକା ଦେଇଥିବାର ରେକର୍ଡ କରିଛନ୍ତି ।