ବିବାଦୀୟ ବୟାନ୍ ଦେଇ ଫସିଲେ ସାଧ୍ୱୀ ପ୍ରଜ୍ଞା ! ଆଚାର ସଂହିତା ଉଲ୍ଲଘଂନ ପାଇଁ ଏଫଆଇଆର୍ ରୁଜ୍ଜୁ ।

ବିବାଦୀୟ ବୟାନ୍ ଦେଇ ଫସିଲେ ସାଧ୍ୱୀ ପ୍ରଜ୍ଞା ! ଆଚାର ସଂହିତା ଉଲ୍ଲଘଂନ ପାଇଁ ଏଫଆଇଆର୍ ରୁଜ୍ଜୁ ।

Firstpost

ବାବରୀ ମସଜିଦ ଭଙ୍ଗା ସଂପର୍କର ବିବାଦୀୟ ଭାଷଣ ଦେଇଥିବା ଭୋପାଳ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ତାଙ୍କୁ ପୂର୍ବରୁ ନୋଟିସ ଜାରି କରାଯାଇଥିଲା ।

publive-image

ସାଧ୍ବୀ ଏକ ଟିଭି ଚ୍ୟାନେଲରେ ବାବ୍ରୀ ମସଜିଦ୍ ଭଙ୍ଗାଯିବାକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ ବାବ୍ରି ମସଜିଦ୍ ଭାଙ୍ଗିବା ସବୁ ଭାରତୀୟ ଚାହୁଥିଲେ ଏବଂ ମସଜିଦ୍ ଭାଙ୍ଗିବା ବେଳେ ସେ ମଧ୍ୟ ଏହା ଉପରକୁ ଚଢ଼ି ଯାଇ ଭାଙ୍ଗିବା କାମରେ ସାମିଲ ହୋଇଥିଲେ। ଏହାକୁ ନେଇ ବିବାଦ ବଢ଼ିବା ପରେ ନିର୍ବାଚନ କମିସନ ସାଧ୍ବୀଙ୍କୁ ନୋଟିସ ଜାରି କରିଛନ୍ତି। ଏହା ପୂର୍ବରୁ ସାଧ୍ବୀ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ସହିଦ ହେମନ୍ତ କରକରେଙ୍କ ସଂପର୍କରେ ଆପତ୍ତିଜନକ ବୟାନ ଦେଇଥିଲେ। ଏହାକୁ ଜୋର୍ଦାର ବିରୋଧ ହେବାପରେ ସାଧ୍ବୀ ତାଙ୍କ ବୟାନ ଫେରାଇ ନେବା ସହ କ୍ଷମା ପ୍ରାର୍ଥନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe