ରାମ ମନ୍ଦିର ଭୂମି ପୂଜନରେ ପ୍ରଧାନମନ୍ତ୍ରୀଙ୍କୁ କଣ ଦକ୍ଷିଣା ମାଗିଲେ ପୁରୋହିତ ? ଜାଣନ୍ତୁ

32,663

କନକ ବ୍ୟୁରୋ: ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ହୋଇଛି ଶିଳାନ୍ୟାସ । ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ, ଦିବ୍ୟ ରାମମନ୍ଦିରର ନିର୍ମାଣର ଭୂମିପୁଜା ଓ ଶିଳାନ୍ୟାସ କରାଯାଇଛି । ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୁଜା କରିଛନ୍ତି । ରୀତିନୀତି ଅନୁସାରେ ଭୂମି ପୂଜା ଶେଷ ହେବା ପରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଭୂମି ପୁଜା ପରେ ନିର୍ଦ୍ଧାରିତ ସମୟ ୧୨ଘଂଟା ୪୪ମିନିଟ ୮ସେକେଣ୍ଡରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିର୍ଦ୍ଧାରିତ ସମୟ ୧୨ଘଂଟା ୪୪ମିନିଟ ୮ସେକେଣ୍ଡ ପୂର୍ବରୁ ରୀତିନୀତି ଅନୁସାରେ ସମସ୍ତ ପୂଜାର୍ଚ୍ଚନା ଚାଲିଥିଲା । ୯ଟି ଶିଳାର ଅନୁଷ୍ଠାନ କରାଯିବା ସହ ପ୍ରଭୁ ଶ୍ରୀରାମଙ୍କ କୂଳଦେବୀ କାଳୀ ମାତାଙ୍କର ବି ପୂଜାର୍ଚ୍ଚନା କରାଯାଇଛି । ଏହି ଅବସରରେ ୧୯୮୯ରେ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ମାନେ ପଠାଇଥିବା ୯ଟି ଇଟା ବା ପଥର ଖଣ୍ଡ ଯେଉଁଥିରେ ଶ୍ରୀରାମ ଲେଖାଅଛି ତାହା ସ୍ଥାପନ କରାଯାଇଛି ।

ଏହିପରି ପ୍ରାୟ ୨ଲକ୍ଷ ୭୫ହଜାର ଇଟା ରହିଛି ଏଥିମଧ୍ୟରୁ ଶହେଟି ଇଟା ଯେଉଁଥିରେ ଶ୍ରୀରାମ ଖୋଦିତ ହୋଇଛି, ତାକୁ ନିଆଯାଇଛି । ରାମ ମନ୍ଦିରର ଭୂମି ପୁଜା ପାଇଁ ୨ହଜାରରୁ ଅଧିକ ତୀର୍ଥସ୍ଥାନର ମାଟି ଓ ଶହେରୁ ଅଧିକ ନଦୀର ପାଣି ଅଣାଯାଇଥିଲା । ନରେନ୍ଦ୍ର ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଭୂମି ସ୍ଥଳ ଦର୍ଶନ କରିଛନ୍ତି । ଏହାସହ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ହନୁମାନଗଡି ମନ୍ଦିର ଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ଶ୍ରୀରାମ ଜନ୍ମ ଭୂୂମି ଟ୍ରଷ୍ଟ ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ୧୭୫ଅତିଥିଙ୍କ ସହ ୧୩୫ଜଣ ଧାର୍ମିକ ଗୁରୁଙ୍କୁ ଏହି ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ ଅବସରରେ ଦକ୍ଷିଣା ବାବଦକୁ ପୁରୋହିତମାନେ କହିଛନ୍ତି କି, କୌଣସି ବି ଯଜ୍ଞରେ ଦକ୍ଷିଣା ମହତ୍ୱପୂର୍ଣ୍ଣ ହୋଇଥାଏ । ଆମକୁ ଦକ୍ଷିଣା ଏତେ ମିଳିଛି ଯେ ଆଜି କୋଟି କୋଟି ଆର୍ଶୀବାଦ ପ୍ରାପ୍ତ ହୋଇଛି । ଭାରତ ଆମର ଆଉ ଏହାଠୁ ଅଧିକ ଦିଅ । କିଛି ସମସ୍ୟା ରହିଛି ଆମେ ସେହି ସମସ୍ୟାର ସମାଧାନ କରିବାକୁ ସ୍ଥିର କରିଛୁ, ଯଦି ଅଗଷ୍ଟ ୫ ତାରିଖରେ ଅନ୍ୟ କିଛି ଯୋଗ କରାଯାଏ ତେବେ ନିଶ୍ଚୟ ଭଗବାନ ପ୍ରସନ୍ନ ହେବେ ।