କନକ ବ୍ୟୁରୋ: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା । ବାରଣାସୀର ସାରନାଥ ଥାନାର ଏକ ଘରୋଇ ହୋଟେଲରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଆକାଂକ୍ଷା ଭଦୋହୀ ଜନପଥ ପରସୀପୁରରେ ବାସିନ୍ଦା । ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଥିଲେ ଆକାଂକ୍ଷା ।
ସେ ‘ବୀରୋ କେ ବୀର’ ଓ ‘କସମ ପୈଦା କରନେ ୱାଲେ କି-୨’ ଫିଲ୍ମରେ ଅଭିନୟ କରିଥିଲେ । ଅଭିନେତ୍ରୀ ଜଣକ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତାହା ଅସ୍ପଷ୍ଟ ରହିଚି । ଏହି ଖବର ପୂରା ଭୋଜପୁରୀ ଇଣ୍ଡଷ୍ଟ୍ରୀକୁ ସ୍ତବ୍ଧ କରିଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/21-24.jpg)