ଭୋଟ୍ ଦେଉଛି ଭୋଗରାଇ: ମୈଦାନରେ ଅନନ୍ତ ବନାମ ସତ୍ୟଶିବ ବନାମ ଅଂଶୁମାନ । କାହାର ସାଥ୍ ଦେବ ଭାଗ୍ୟ

170

କନକ ବ୍ୟୁରୋ: ଭୋଗରାଇ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭୋଗରାଇ ବ୍ଳକ । ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅନନ୍ତ ଦାସ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସଙ୍କ ଠାରୁ ୧୯୫୧୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅନନ୍ତ ଦାସ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କାର୍ତ୍ତିକେଶ୍ୱର ପାତ୍ରଙ୍କଠାରୁ ୧୭,୬୫୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀ

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୬ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୦୩ ହଜାର ୬୦୪
– ମତ ଦେଇଥିଲେ – ୧ ଲକ୍ଷ ୫୩ ହଜାର ୧୭୭
– ଭୋଟଦାନ ହାର – ୭୫.୨୩%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ

ଅନନ୍ତ ଦାସ ବିଜେଡି ୭୬,୭୬୧ ୫୦.୧୧% ବିଜୟୀ
ସତ୍ୟଶିବ ଦାସ କଂଗ୍ରେସ ୫୭,୨୪୯ ୩୭.୩୭% ପରାସ୍ତ
ପରେଶ ଚନ୍ଦ୍ର ନାୟକ ବିଜେପି ୧୪,୭୭୨ ୯.୬୪% ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡିର ଅନନ୍ତ ଦାସ ନିର୍ବାଚନ ଜିତିଥିଲେ
– ୭୬ ହଜାର ୭୬୧ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସଙ୍କୁ ପରାସ୍ତ କରିଥିଲେ
– ୧୯ ହଜାର ୫୧୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୩ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୯ର ଲଢେଇ

ବିଜେଡି: ଅନନ୍ତ ଦାସ
କଂଗ୍ରେସ: ସତ୍ୟଶିବ ଦାସ
ବିଜେପି: ଅଂଶୁମାନ ମହାନ୍ତି

୨୦୧୯–ବିଜେଡି: ଅନନ୍ତ ଦାସ

– ପ୍ରଶାସକରୁ ରାଜନୀତି
– ୩ଥର ବିଧାୟକ
– ମନ୍ତ୍ରୀ ( ଉଚ୍ଚଶିକ୍ଷା, ଶିଳ୍ପ )
– ସରକାରୀ ଦଳ ମୁଖ୍ୟ ସଚେତକ

୨୦୧୯– କଂଗ୍ରେସ: ସତ୍ୟଶିବ ଦାସ

– ସାମ୍ବାଦିକରୁ ରାଜନୀତି
– ୨୦୧୪ରେ କଂଗ୍ରେସରେ ସାମିଲ
– ୨୦୧୪ରେ ପରାଜିତ ( ଦ୍ୱିତୀୟ ସ୍ଥାନ )
– ଦ୍ୱିତୀୟଥର ପାଇଁ କଂଗ୍ରେସ ପ୍ରାର୍ଥୀ

୨୦୧୯–ବିଜେପି: ଅଂଶୁମାନ ମହାନ୍ତି

– ଯୁବ ଶିଳ୍ପଦ୍ୟୋଗୀ
– ୨୦୧୭ରେ ବିଜେପିରେ ସାମିଲ
– ସ୍ଥାନୀୟ ନେତା, ସଂଗଠନ ରହିଛି

ନିର୍ବାଚନ ମଣ୍ଡଳୀ ତଥ୍ୟ

-ଭୋଗରାଇ ବ୍ଳକକୁ ନେଇ ଭୋଗରାଇ ନିର୍ବାଚନମଣ୍ଡଳୀ
– ୧୯୫୧ରେ ଗଠିତ
– ବାଲେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ବିଜେଡିର ଅନନ୍ତ ଦାସ ୩ଥର ବିଧାୟକ
– କମଳା ଦାସ ୩ଥର ବିଧାୟକ
– କାର୍ତିକେଶ୍ୱର ପାତ୍ର ୩ଥର ବିଧାୟକ