ଜୁଆର ଭସାଇନେଲା ୫ ଡମ୍ପର, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର୍‌

ଜୁଆର ଭସାଇନେଲା ୫ ଡମ୍ପର, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର୍‌

କନକ ବ୍ୟୁରୋ : ଜୁଆର ଭସେଇ ନେଲା ୫ଟି ପଥର ବୋଝେଇ ଡମ୍ପର। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର। ଦୀଘା ବେଳାଭୂମି ନିକଟରେ ଏହି ଘଟଣା ଘଟିଛି। ଦୀଘା ବେଳାଭୂମି ନିକଟରେ ଏକ ପଥର ବନ୍ଧ ନିର୍ମାଣ ଚାଲୁଛି। ଓଡ଼ିଶାରୁ ପଥର ନେଇ ଏକାଧିକ ଡମ୍ପର ସେଠାରେ ପକାଉଛନ୍ତି। ଗତକାଲି ଅପରାହ୍ନରେ ପଥର ପକାଉଥିବାବେଳେ ହଠାତ୍‌ ଭୟଙ୍କର ଜୁଆର ମାଡ଼ିଆସିଥିଲା। ପ୍ରବଳ ସୁଅରେ ସମୁଦ୍ର ଭିତରକୁ ୫ଟି ଡମ୍ପର ଟାଣିହୋଇଯାଇଥିଲା ।

କିଛି ସମୟ ଧରି ଡମ୍ପରଗୁଡ଼ିକ ସମୁଦ୍ରରେ ଭାସିଥିଲା। ଯେତେ ଚେଷ୍ଟା କରିଥିଲେ ମଧ୍ୟ କୂଳକୁ ଆସି ନ ପାରିବାରୁ ଡମ୍ପର ଛାଡ଼ି ଜୀବନ ବିକଳରେ ଡ୍ରାଇଭରମାନେ କୂଳକୁ ପଳାଇ ଆସିଥିଲେ । ଟିକେ ଡେରି କରିଥିଲେ ବଡ଼ଧରଣର ଅଘଟଣ ଘଟିଥା’ନ୍ତା। ତେବେ ପଶ୍ଚିମବଙ୍ଗ ଦୀଘା ଓ ମୋହନା ସାମୁଦ୍ରିକ ଥାନା ପୁଲିସ କ୍ରେନ୍ ସହାୟତାରେ ଗୋଟିଏ ଡମ୍ପରକୁ ଉଠାଇବାକୁ ସକ୍ଷମ ହୋଇଥିଲେ। ଅନ୍ୟ ୪ଟି ଏବେ ବି ପୋତି ହୋଇରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe