କନକ ବ୍ୟୁରୋ : ଜଗନ୍ନାଥଙ୍କୁ ଅସମ୍ମାନ କରି କ୍ଷମା ମାଗିଲେ ପୂଜା କମିଟି ସଦସ୍ୟ । ସମୁଦ୍ରରେ ଜଗନ୍ନାଥଙ୍କ ମାଟି ମୂର୍ତ୍ତି ବିସର୍ଜନ ବେଳେ ସାମ୍ନାକୁ ଆସିଥିଲା ଏକ ଅଶୋଭନୀୟ ଦୃଶ୍ୟ । ମହାପ୍ରଭୁଙ୍କୁ ପାଣିରେ ବିସର୍ଜନ କରିବା ବେଳେ ଟ୍ରାକ୍ଟର ଉପରୁ ଠେଲି ଦେଇଥିଲେ ଦୁଇଜଣ ଯୁବକ । ଯେଉଁ ଦୃଶ୍ୟକୁ ଦେଖି ପ୍ରତି ଓଡିଆ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ଘଟଣାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ଭୋଗରାଇ ଆଧ୍ୟାତ୍ମିକ କମିଟି । ରସିଦପୁର ଜଗନ୍ନାଥ ମନ୍ଦିରରେ କ୍ଷମା ପ୍ରାର୍ଥନା କରିଛନ୍ତି । ଗତକାଲି ତାଳସରୀ ମହୋଦଧିରେ ବିଷର୍ଜନ ପାଇଁ ଜଗନ୍ନାଥଙ୍କ ୩୨ ବେଶ ସହ ରାଧାକୃଷ୍ଣ ଓ ଶିବ ସରସ୍ୱତୀଙ୍କୁ ମୂର୍ତ୍ତିଙ୍କୁ ୧୦ଟି ଟ୍ରାକ୍ଟରରେ ତାଳସାରୀ ବେଳଭୂମିକୁ ନିଆଯାଇଥିଲା । ମୂର୍ତ୍ତି ବସର୍ଜନ କାମରେ ନିୟୋଜିତ ଯୁବକମାନେ କାଳିଆକୁ ଅସନମ୍ମାନ କରି ବିଦାୟ ଦେଉଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା

Advertisment