କନକ ବ୍ୟୁରୋ : ବାଲେଶ୍ୱର ଭୋଗରାଇରେ ବିଜେଡିକୁ ଝଟକା । ଦଳ ଛାଡିଲେ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଭାଇ ଅଚ୍ୟୁତ ନନ୍ଦନ ଦାସ । ଚଳିତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇଥିବା ଗୌତମ ବୁଦ୍ଧ ଦାସ, ତାଙ୍କୁ ଅଲୋଡା କରୁଥିବା ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିବା ସହ ଦଳ ଛାଡିବା ନେଇ ଘୋଷଣା କରିଛନ୍ତି ଅଚ୍ୟୁତ ନନ୍ଦନ ।
୨୦୦୪ରୁ ୨୦୨୪ ପର୍ଯ୍ୟନ୍ତ ଅନନ୍ତ ଦାସ ଏହି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ । ଅନନ୍ତ ଦାସଙ୍କ ନିର୍ବାଚନୀ ପରିଚାଳନାରେ ଅଚ୍ୟୁତ ନନ୍ଦନ ମୁଖ୍ୟ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ତାଙ୍କୁ ଭୋଗରାଇ ବିଜେଡିର ଚାଣକ୍ୟ ମଧ୍ୟ କୁହାଯାଏ । ତେବେ ଚଳିତ ନିର୍ବାଚନରେ ଏଠାରୁ ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଥିବା ଗୌତମବୁଦ୍ଧ ଦାସ ତାଙ୍କୁ ଅବହେଳା କରୁଥିବା ଅଭିଯୋଗ ଆଣି ସେ ଦଳରୁ ଇସ୍ତଫା ଦେଉଥିବା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/19-12.jpg)