କନକ ବ୍ୟୁରୋ: ଭୋଗରାଇ ବିଧାନସଭା ଆସନ ପାଇଁ ପୁଅକୁ ଟିକେଟ ଦେବାକୁ ନବୀନ ନିବାସରେ ବାପା ଅନନ୍ତ ଦାସଙ୍କ ଲବି । ଭୋଗରାଇର ବିଧାୟକ ଅଛନ୍ତି ଅନନ୍ତ । କିନ୍ତୁ୍ୁ ଚଳିତ ନିର୍ବାଚନରେ ପୁଅ ଅଭିଜିତକୁ ଟିକେଟ ଦେବା ପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ଅନନ୍ତ । ଅନନ୍ତଙ୍କ ସାଙ୍ଗରେ ପୁଅ ଅଭିଜିତ ମଧ୍ୟ ନବୀନ ନିବାସ ଆସିଛନ୍ତି । ବର୍ତ୍ତର୍ମାନ ସୁଦ୍ଧା ଭୋଗରାଇ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । ଏହି ଆସନ ପାଇଁ ସସ୍ପେନ୍ସ ଲାଗି ରହିଥିବା ବେଳେ ଏବେ ଅଭିଜିତଙ୍କ ନାଁକୁ ନେଇ ଚର୍ଚ୍ଚା ବଢ଼ିଛି ।