ଅଚଳ ନୀଳାଚଳ । ଅବ୍ୟବସ୍ଥା ଦୂର ପାଇଁ ବସିଲା ବୈଠକ । ବଡ ପ୍ରଶ୍ନ-ଆଜି ବାହାରିବ କି ଅବଢା ?

Advertisment
ଅଚଳ ନୀଳାଚଳ । ଅବ୍ୟବସ୍ଥା ଦୂର ପାଇଁ ବସିଲା ବୈଠକ । ବଡ ପ୍ରଶ୍ନ-ଆଜି ବାହାରିବ କି ଅବଢା ?

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିରେ ବିଳମ୍ବ । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧୟରେ ବିବାଦ ଯୋଗୁଁ ୨ଦିନ ଉପବାସରେ ରହିଲେ ଠାକୁର । ଭକ୍ତଙ୍କୁ ମିଳିଲାନି ଅବଢା । ଅଚଳାବସ୍ଥା ଟାଳିବାକୁ ଗତକାଲି ରାତିରେ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ପରିଚାଳନା କମିଟି ବୈଠକ । ଏଥିରେ ନୀତି ଶୃଙ୍ଖଳିତ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ନୀତି ଶୃଙ୍ଖଳିତ ହେଲେ ଅବଢା କାଢିବାକୁ ସୁଆର-ମହାସୁଆର ସେବାୟତ ରାଜି ହୋଇଛନ୍ତି । ୧୯ ତାରିଖରେ ହାଇକୋର୍ଟରେ ସମସ୍ତ ତଥ୍ୟ ଉପସ୍ଥାପନ କରାଯିବ ।

ଆସନ୍ତା ୧୯ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ ହେବାର ଥିବାବେଳେ ଏଥିରେ ଗର୍ଭଗୃହକୁ ନେଇ ମାନ୍ୟବର ହାଇକୋର୍ଟ ଦେଇଥିବା ରାୟର ପୁନର୍ବିିଚାର କରିବା ସହ ସାମାନ୍ୟ ପରିବର୍ତନ ଆଣିବାକୁ ନିବେଦନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ପ୍ରଦୀପ କୁମାର ଜେନା ଓ ଜିଲ୍ଲାପାଳ ଅରବନ୍ଦ ଅଗ୍ରୱାଲ୍‌ କହିଛନ୍ତି । ତେବେ  ବିଭ୍ରାଟ ପାଇଁ କେଉଁମାନେ ଦାୟୀ ସେ ନେଇ କୌଣସି ଆଲୋଚନା କରାଯିବ ନାହିଁ। ପରବର୍ତୀ ସମୟରେ ଏ ସଂପର୍କରେ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ହେବ ବୋଲି ଶ୍ରୀ ଜେନା କହିଛନ୍ତି । ଦୁଇଦିନ ଧରି ଶ୍ରୀମନ୍ଦିରେ ନୀତି ବିଭ୍ରାଟ ପରେ ଗତକାଲି ଅନୁଷ୍ଠିତ ହେଉଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଆଲୋଚନା ହେଉଥିଲା। କିନ୍ତୁ ବୈଠକ କେବଳ ଶ୍ରୀମନ୍ଦିର ବିଶୃଙ୍ଖଳା ଆଲୋଚନା ଓ ସତ୍ୟପାଠ ଦାଖଲରେ ଶେଷ ହୋଇଛି। ଆଜି ଚନ୍ଦନଯାତ୍ରା ଓ ରଥକାଠ ଅନୁକୁଳ ବିଧି ଥିବାବେଳେ ଏହା ଉପରେ ଅଳ୍ପ ସମୟ ଆଲୋଚନା କରି ବୈଠକକୁ ଶେଷ କରି ଦିଆଯାଇଛି। ଆଜି ଏହି ବିଧି କିପରି ଶାନ୍ତିଶୃଙ୍ଖଳା ସହ ଶେଷ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ବିମାନବଡ଼ୁ ସେବକମାନଙ୍କୁ ଅନୁରୋଧ କରାଯାଇଛି। ତେବେ ବୈଠକ ଚାଲିଥିବାବେଳେ ଦାମୋଦର ମହାସୁଆର ଏବଂ ଜିଳ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲଙ୍କ ମଧ୍ୟରେ କଥା କଟାକଟି ଚରମ ସୀମାରେ ପହଞ୍ଚିଥିଲା ।

ଅମୁଣିଆକୁ ପୋତିଲେ ଦେଢ଼ଶହ ମୂଲିଆ ଲାଗିଲା ୧୧ ଘଣ୍ଟା

ନଷ୍ଟ ହୋଇଥିବା ଅମୁଣିଆକୁ ଗତକାଲି କୋଇଲି ବୈକୁଣ୍ଠରେ ପୋତି ଦିଆଯାଇଛି । ୧୫୦ ଜଣ ମୂଲିଆଙ୍କୁୁ ଏଥିପାଇଁ ନିୟୋଜିତ କରାଯାଇଛି। ଯେଉଁଥିରେ ମହିଳା ଓ ପୁରୁଷ ମୁଲିଆ ରହିଥିଲେ। ଦିନରେ ୧୦୦ ମୂଲିଆ ଓ ରାତିରେ ଆଉ ୫୦ ମୂଲିଆ ଏଥିରେ ନିୟୋଜିତ ହୋଇଥିଲେ। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଅମୁଣିଆ ପୋତା କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ୧୧ ଘଣ୍ଟାରୁ ଅଧିକ ଜାରି ରହିଥିଲା।

ବଢ଼ିଲା ଅସନ୍ତୋଷ: ସିଂହଦ୍ଵାରରେ ପୋଷ୍ଟର ମାରିଲେ ଭକ୍ତ

ଶ୍ରୀମନ୍ଦିରରୁ ଅବଢ଼ା ନ ପାଇ ଫେରିବା ପରେ ଭକ୍ତମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସିଂହଦ୍ଵାରରେ ପୋଷ୍ଟର ମାରି ପ୍ରତିବାଦ ଜଣାଇଛନ୍ତି। ମହାପ୍ରସାଦ କେବେ ବାହାରିବ ତାର ଜବାବ୍‌ ଶ୍ରୀମନ୍ଦିର ପ୍ରଶାସନକୁ ମାଗିଛନ୍ତି। ଗତକାଲି ଅପରାହ୍‌ଣରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ କିଛି ଭକ୍ତ ଓ ସ୍ଥାନୀୟ ଲୋକେ ପ୍ରତିବାଦ ସ୍ୱରୂପ ସିଂହଦ୍ଵାରରେ ନିଜ ହାତଲେଖା ଏକ ପୋଷ୍ଟର ମାରିଛନ୍ତି । ଶ୍ରୀମନ୍ଦିରରୁ ମହପ୍ରସାଦ ନପାଇ ନିରାଶ ହୋଇ ଫେରିବା ପରେ ସେମାନେ ଏଭଳି କରିଛନ୍ତି । ସେବାୟତ-ପ୍ରଶାସନର ଏହି ବିବାଦ ଭିତରେ ଭକ୍ତ ଓ ଭଗବାନଙ୍କୁ ଛନ୍ଦି ଦିଆ ନଯାଉ ବୋଲି ପୋଷ୍ଟର ମାରୁଥିବା ଆନନ୍ଦ ରଥ କହିଛନ୍ତି ।

ଉଲ୍ଲେଖ ଥାଉ କି, ୧୬ ତାରିଖରେ ଜଗମୋହନ ଖୋଲିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ଗର୍ଭଗୃହ ଭିତରକୁ ପାଳିଆ ସେବାୟତଙ୍କ ଛଡା ଆଉ କେହି ପ୍ରବେଶ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ପାଳିଆ ସେବାୟତର ଅର୍ଥ ହେଉଛି ଯାହାର ପାଳି ଥିବ କେବଳ ସେହି ସେବାୟତ ହିଁ ଗର୍ଭଗୃହରେ ପ୍ରବେଶ କରିପାରିବେ । ଆଉ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଆରମ୍ଭ ହୋଇଥିଲା ବିବାଦ । ଗର୍ଭଗୃହକୁ ଯିବା ପାଇଁ ହାଇକୋର୍ଟଙ୍କ କଟକଣାକୁ ଗ୍ରହଣ କରିପାରିନାହାନ୍ତି ସେବାୟତ । ତେଣୁ ସୋମବାର ଜଗମୋହନ ଖୋଲିବାକୁ ନେଇ ମଧ୍ୟ ନୀତିକାନ୍ତିରେ ବିଳମ୍ବ ହେଲା ଏବଂ ପରିସ୍ଥିତି ଏତେ ଉକ୍ରଟ ହେଲା ଯେ, ମହାପ୍ରଭୁ ଉପାସରେ ରହିଲେ ଏବଂ ରାତିତମାମ ପହଡ ମଧ୍ୟ ପଡିନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe