ଆରଏସଏସ ମାନିହାନି ମାମଲାରେ ମହାରାଷ୍ଟ୍ର କୋର୍ଟରେ ରାହୁଲ ଗାନ୍ଧି ହାଜର : ସଂଘକୁ କହିଥିଲେ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ

Advertisment
ଆରଏସଏସ ମାନିହାନି ମାମଲାରେ ମହାରାଷ୍ଟ୍ର କୋର୍ଟରେ ରାହୁଲ ଗାନ୍ଧି ହାଜର : ସଂଘକୁ କହିଥିଲେ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ

କନକ ବ୍ୟୁରୋ: କୋର୍ଟରେ ହାଜର ହେଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ଆରଏସଏସ ମାନିହାନି ମାମଲାରେ ମହାରାଷ୍ଟ୍ର ଥାନେର ଭିୱଣ୍ଡି କୋର୍ଟରେ ହାଜର ହୋଇଛନ୍ତି ରାହୁଲ । କୋର୍ଟରେ ସେ ନିର୍ଦ୍ଦୋଷ ବୋଲି ରାହୁଲ କହିଛନ୍ତି । ଏହି ମାମଲାରେ କୋର୍ଟ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଆଇପିସି ୪୯୯ ଓ ୫୦୦ ଧାରାରେ ରାହୁଲଙ୍କ ନାଁରେ ମାମାଲା ରୁଜୁ କରାଯାଇଛି । ମହାତ୍ମଗାନ୍ଧିଙ୍କ ହତ୍ୟା ପାଇଁ ଆରଏସଏସକୁ ଦାୟୀ କରିଥିଲେ ରାହୁଲ ଗାନ୍ଧି । ମାର୍ଚ ୨୦୧୪ରେ ଥାନେରେ ରାହୁଲଙ୍କ ଏହି ବୟାନ ପରେ ମାନହାନି ମୋକଦ୍ଦମା ଦାୟର କରିଥିଲା । ଆରଏସଏସ କମକର୍ତା ରାଜେଶ କୁଟ୍ଟେ ଏହି ମାମଲା ଦାୟର କରିଥିଲେ । ଏହି ମାମଲାରେ ଜୁନ ୧୨ ତାରିଖରେ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ କୋର୍ଟେ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଥିଲେ।

ଏହି ମାମଲାରେ ରାହୁଲ  ସର୍ବୋଚ୍ଚ ଅଦାଳତରେ ପିଟିସନ ଦେଇ ମାମଲାକୁ ଖାରଜ କରିବା ପାଇଁ ଆବେଦନ କରିଥିଲେ।ତେବେ ୨୦୧୬ ମସିହା ଜୁଲାଇ ମାସରେ ସର୍ବୋଚ୍ଚ ଅଦାଲତ ରାହୁଲଙ୍କ ଆବେଦନ ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ ରାହୁଲ ଏକ ସଙ୍ଗଠନକୁ ଏପରି ନିନ୍ଦା କରି ପାରିବେ ନାହିଁ। ଯଦି ରାହୁଲ ତାଙ୍କ ଏପରି ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ ନ କରନ୍ତି ତେବେ ତାଙ୍କୁ କୋର୍ଟରେ ଟ୍ରାୟଲର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବାକୁ ସର୍ବୋଚ୍ଚ ନ୍ୟାୟଳୟ ଦେଇଥିବା ପରାମର୍ଶକୁ ଗ୍ରହଣ ନ କରି ରାହୁଲ  ଅଦାଲତରେ ତାଙ୍କ ବିରୋଧରେ ଆସିଥିବା ମାନହାନୀ ମୋକଦ୍ଦମା ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ।

ଏହି କ୍ରମରେ ଆଜି ରାହୁଲ ସକାଳ ୮ଟାରେ ମୁମ୍ବାଇରେ ପହଞ୍ଚିବା ପରେ ଭିଓ୍ଵାଣ୍ଡି କୋର୍ଟରେ ପହଞ୍ଚିଥଲେ। ତାଙ୍କ ସହିତ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଓ କଂଗ୍ରେସ ନେତା ଅଶୋକ ଗେହୋଲଟ୍‌ ମଧ୍ୟ କୋର୍ଟରେ ପହଞ୍ଚିଥିଲେ। । ସେଠାରେ ଜଜ୍‌ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପଢ଼ି ଶୁଣାଇବା ସହିତ ତାଙ୍କ ବକ୍ତବ୍ୟ ଆରଏସଏସର କ୍ଷତି ପହଞ୍ଚାଇଛିି ବୋଲି ତାଙ୍କ ବିରୋଧରେ ଚାର୍ଜ ନିଦ୍‌ଧାରଣ କରିଥିଲେ। ସଙ୍ଗଠନକୁ ଅପମାନ ଓ ବଦନାମ ନେଇ ଶ୍ରୀ ଗାନ୍ଧୀଙ୍କ ବିରୋଧରେ ଚାର୍ଜ ଫ୍ରେମ୍‌ ହେବା ପରେ ରାହୁଲ କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe