ସରିଲା ବଉଳା କୁମ୍ଭୀର ଗଣନା । ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ଜାତୀୟ ଉଦ୍ୟାନ ଭିତରକନିକା ।

181

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ଜାତୀୟ ଉଦ୍ୟାନ ଭିତରକନିକା । ଆଜି ଶେଷ ହୋଇଛି ଜାତୀୟ ଉଦ୍ୟାନ ଭିତରକନିକାରେ କୁମ୍ଭୀର ଗଣନା । ବଉଳା କୁମ୍ଭୀର ଗଣନା ପାଇଁ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଗତ ୨୬ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିଲା । ଡ଼ିସେମ୍ବର ୨୬ ତାରିଖରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା କୁମ୍ଭୀର ଗଣନା ।

ଏହି ଗଣନାରେ ବନବିଭାଗର ୨୩ଟି ଟିମ୍କୁ ସାମିଲ କରାଯାଇଥିଲା । ରାଜନଗର ବନଖଣ୍ଡ ଅଧିକାରୀ ଓ ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ତଥା କୁମ୍ଭୀର ବିଷାରଦ ଡ଼କ୍ତର ସୁଧାକରଙ୍କ ନେତୃତ୍ୱରେ ୫ ଦିନ ଧରି ଚାଲିଥିଲା କୁମ୍ଭୀର ଗଣନା । ଆଜି ଏହି ଗଣନା ଶେଷ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ଭିତରକନିକା ।