କନକ ବ୍ୟୁରୋ : ଆଜିଠାରୁ ୩ ମାସ ପର୍ଯ୍ୟନ୍ତ ବନ୍ଦ ଜାତୀୟ ଉଦ୍ୟାନ ଭିତରକନିକା ବନ୍ଦ ରହିବ । ମେ’୧ରୁ ଜୁଲାଇ ୩୧ ତାରିଖ ଯାଏଁ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପ୍ରବେଶକୁ ବନ୍ଦ ରଖିଛି ରାଜନଗର ବନବିଭାଗ । ପ୍ରତିବର୍ଷ ଭଳି ଚଳିତ ବର୍ଷ ବଉଳା କୁମ୍ଭୀରଙ୍କ ପଜନନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ ପ୍ରଜନନ ପାଇଁ ମା କୁମ୍ଭୀରମାନେ ସ୍ଥଳ ଭାଗକୁ ଚାଲି ଆସିଥାନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ଆଜିଠାରୁ ୩ ମାସ ବନ୍ଦ ରହିବ ଭିତରକନିକା : କୁମ୍ଭୀରଙ୍କ ପ୍ରଜନନ ଦୃଷ୍ଟିରେ ରଖି ଭିତରକନିକା ବନ୍ଦ ରଖିବାକୁ ନିଷ୍ପତ୍ତି
/kanak/media/post_attachments/wp-content/uploads/2021/05/12-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)