ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଇସିୟୁ ସିଲ୍ : ୩ ରୋଗୀ ପଜିଟିଭ ଚିହ୍ନଟ ପରେ ଆଇସିୟୁକୁ ୭ ଦିନ ପାଇଁ ସିଲ କଲେ ମେଡିକାଲ କଲେଜ କର୍ତ୍ତୃପକ୍ଷ

ହସ୍ପିଟାଲ ନଆସି ଟେଲି ମେଡିସିନ ସାହାର୍ଯ୍ୟ ନେବାକୁ ଅନୁରୋଧ

250

କନକ ବ୍ୟୁରୋ : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଇସିୟୁ ସିଲ୍ । ହସ୍ପିଟାଲର ୩ ରୋଗୀ ପଜିଟିଭ ଚିହ୍ନଟ ପରେ ଆଇସିୟୁକୁ ୭ ଦିନ ପାଇଁ ସିଲ କରିଛନ୍ତି ମେଡିକାଲ କଲେଜ କର୍ତୃପକ୍ଷ । ମେଡିକାଲକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ କରାଯିବ । ହସ୍ପିଟାଲ ନଆସି ଟେଲି ମେଡିସିନ ସାହାଯ୍ୟ ନେବାକୁ ଅନୁରୋଧ କରିଛନ୍ତି ମେଡିକାଲ କର୍ତୃପକ୍ଷ । ବଲାଙ୍ଗିରରୁ ୬ନୂଆ ପଜିଟିଭ ଚିହ୍ନଟ ହେବା ସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୬କୁ ବୃଦ୍ଧି ପାଇଛି । ୨୮୬ଜଣ ସୁସ୍ଥ ହୋଇଥିବା ବେଳେ ୧୨୦ଟି ସକ୍ରିୟ ମାମଲା ରହିଛି ।

ସେପଟେ ସଂକ୍ରମଣକୁ ନଜରରେ ରଖି ଜିଲ୍ଲାକୁ ୪ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଜୁଲାଇ ୩୧ତାରିଖ ଶୁକ୍ରବାର ଠାରୁ ଅଗଷ୍ଟ ୩ତାରିଖ ସୋମବାର ପର୍ଯ୍ୟନ୍ତ ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହି ସମୟ ମଧ୍ୟରେ ଜରୁରୀ ସେବା ଜାରି ରହିବ ।