ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୂର୍ବତନ ବଣାଇ ବିଧାୟକ ଭୀମସେନ ଚୌଧୁରୀ ଆଜି କଂଗ୍ରେସର ହାତ ଛାଡି ବିଜେଡିର ହାତ ଧରିଛନ୍ତି । ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଓ ତାଙ୍କର ୫ ଶହ ସମର୍ଥକ ବିଜେଡିରେ ସାମିଲ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲା ବଣେଇ ଅଂଚଳର ବିକାଶ ଓ ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ଭିମସେନ ଚୌଧୁରୀ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଦଳରେ ସାମିଲ ହେବା ପରେ ଭୀମସେନ ଚୌଧୁରୀଙ୍କୁ ସ୍ୱାଗତ କରିଛନ୍ତି।
କଂଗ୍ରେସର ହାତ ଛାଡି ବିଜେଡିର ମଙ୍ଗ ଧରିଲେ ପୂର୍ବତନ ବଣାଇ ବିଧାୟକ ଭୀମସେନ ଚୌଧୁରୀ
Advertisment
Follow Us